ମାଡ୍ରାସ: ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଫିଲ୍ମ ଲୁସିଫର ୨ : ଇମ୍ପୁରାନା ଏକ ବିଗ ବଜେଟ ଫିଲ୍ମ ହେବ । ପୃଥ୍ୱୀରାଜ ସୁକୁମାରନ ନିର୍ଦ୍ଦେଶିତ ଏହି ଫିଲ୍ମ ୪୦୦ କୋଟି ବ୍ୟୟରେ ନିର୍ମିତ ହେବ । ବୁଧବାର ମେକର୍ସଙ୍କ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମାଲାୟଲମ ଫିଲ୍ମ ଲୁସିଫରର ପ୍ରଥମ ପାଟଁ ୨୦୦ କୋଟିରୁ ଅଧିକ ଆୟ କରିଥିଲା । ଏବେ ଏହାକୁ ପ୍ୟାନ ୱାର୍ଲ୍ଡ ଲେଭଲରେ ପ୍ରସ୍ତୁତ କରାଯିବ ବୋଲି ସୁକୁମାରନ କହିଛନ୍ତି । ଖୁବ୍ ଶୀଘ୍ର ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟ ଘୋଷଣା କରାଯିବ । ସ୍କ୍ରିପ୍ଟ କାମ ସମ୍ପୂର୍ଣ୍ଣ ହୋଇ ଯାଇଥିବାରୁ ଖୁବ ଶୀଘ୍ର ଫ୍ଲୋରକୁ ଯିବ ବୋଲି ଆଶା କରାଯାଉଛି । ଲୁସିଫର ଫିଲ୍ମର ରିମେକ ମଧ୍ୟ ଦକ୍ଷିଣ ଭାରତରେ ଭଲ ପ୍ରଦର୍ଶନ କରିଥିଲା । ଫିଲ୍ମକୁ କିପରି ସମସ୍ତେ ପସନ୍ଦ କରିବେ ସେଥିପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।
BREAKING NEWS
- ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ମନେ ପକାଇଲେ
- ନୂଆଦିଲ୍ଲୀରେ ଲାଗୁ ହେଲା BNSSର ଧାରା ୧୬୩
- ସୁନ୍ଦରପନ୍ଦା ବୋମା ବିସ୍ଫୋରଣ ମାମଲା, ୨ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା NIA
- ଏସୀୟ କ୍ରୀଡ଼ା: ୭୫ ବର୍ଷରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ପଦକ
- ଦଶହରାରେ ପୁଣି ବାତ୍ୟା ଭୟ! ଆସୁଛି ଆଉ ଏକ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା
- ଶ୍ରୀ ଜଗନ୍ନାଥଙ୍କ ଖାତାକୁ ଫେରିବ ମହାପ୍ରଭୁଙ୍କ ଅମୃତ ମଣୋହି ଜମି: ଓଡ଼ିଶା ରାଜସ୍ୱ ପର୍ଷଦ
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ

Comments are closed.