Latest Odisha News

ବିବାହର ୧୦ ବର୍ଷ ପରେ ବାପା ହେବେ ଅଭିନେତା ମୋହିତ

ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ମୋହିତ ମଲିକ ଏବଂ ଅଦିତି ମଲିକ ଆସନ୍ତା ବର୍ଷ ପିତାମାତା ହେବାକୁ ଯାଉଛନ୍ତି। ଛୋଟ ପରଦାରେ ଥିବା ସେଲିବ୍ରିଟିମାନେ ଏହି ଖୁସି ଖବର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ମୋହିତ ଅଦିତିଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ଅଦିତିଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଛି। ଏହାସହିତ ଉଭୟ ରୋମାଣ୍ଟିକ୍‌ ମୁଡ୍‌ରେ ଥିବା ମଧ୍ୟ ଦେଖିବାକୁ ମିଳିଛି।

ଏହି ଫଟୋ ସହିତ ମୋହିତ ଲେଖିଛନ୍ତି- ଯେତେବେଳେ ମୁଁ ତୁମ ଉପରେ ହାତ ରଖେ, ମୁଁ ଆମକୁ ବାଛିଥିବାରୁ ବହୁତ ଖୁସି ଅନୁଭବ ହୁଏ। ଆମ‌େ ଅନୁଭବ କରୁଥିବା ଖୁସି ପାଇଁ ଭଗବାନଙ୍କୁ ଧନ୍ୟବାଦ। ଏହାକୁ ସମସ୍ତଙ୍କ ସହ ବାଣ୍ଟି ମୁଁ ବହୁତ ଖୁସି। ଯେତେବେଳେ ଆମେ ୨ରୁ ୩ ହେବାକୁ ଯାଉଛୁ ସେତେବେଳେ ମୋର ବିଶ୍ୱାସ ଆହୁରି ଦୃଢ ହେଉଛି ଆମେ ଏକ।

ମୋହିତ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ଅଦିତି ମୋତେ ଏହି ଖୁସି ଖବର ଦେଇଥିଲେ ସେତେବେଳେ ମୁଁ ଏକ ସୁଟିଂ କରୁଥିଲି। ସେ ମୋତେ କହିଲେ କି ରିପୋର୍ଟ ପଜିଟିଭ୍‌ ଆସିଛି। କିଛି କ୍ଷଣ ପାଇଁ ମୁଁ ଭୟଭୀତ ହୋଇଯାଇଥିଲି। ମୁଁ ଭାବିଲି ସେ କୋଭିଡ -୧୯ ର ଟେଷ୍ଟ ପଜିଟିଭ ବିଷୟରେ କହୁଛନ୍ତି। ତାପରେ ସେ ହସି ହସି କହିଥିଲେ ଯେ ସେ ଗର୍ଭବତୀ ଏବଂ ଆମେ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛୁ। ଏହି ଖବରକୁ ଗ୍ରହଣ କରିବାକୁ ମୋତେ ଦୁଇ ଦିନ ଲାଗିଥିଲା।

Leave A Reply

Your email address will not be published.