Latest Odisha News

BREAKING NEWS

ସ୍ୱାମୀ ନା ସଇତାନ !

ରାଇରଙ୍ଗପୁର: ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଲକ୍ଷ୍ମଣଛତ୍ର ଗାଁରେ । ଏହି ଘଟଣାରେ ଅଭିୟୁକ୍ତ ସ୍ୱାମୀକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗାଁର ଜଣେ ମହିଳା ଛିତା ମୁର୍ମୁ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଛିତାଙ୍କ ସ୍ୱାମୀ ଛିତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ । ଏ ନେଇ ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Leave A Reply

Your email address will not be published.