Latest Odisha News

ଲକ୍ଷ୍ନୌକୁ ଜିତାଇବା ପରେ ଡାକ୍ତରଖାନାରେ ପଡିଥିବା ବାପାଙ୍କ ଭିଡିଓ କଲ କରି ମୋହସୀନ କହିଲେ ଆପଣ ଖୁସି ତ ?

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ବିଜୟୀ କରାଇଥିବା ମୋହସୀନ ଖାଁ ପ୍ରଦର୍ଶନ ଅପେକ୍ଷା ଅନ୍ୟ ଏକ କାରଣ ନେଇ ପ୍ରଶଂସିତ ହେଉଛନ୍ତି । ଶେଷ ଓଭରରେ ମୁମ୍ବାଇ ଜିତିବା ପାଇଁ ୧୧ ରନ ଆବଶ୍ୟକ କରୁଥିବା ବେଳେ ମୋହସୀନଙ୍କ ବୋଲିଂ ଯୋଗୁ ଦଳ ୫ ରନରେ ବିଜୟୀ ହୋଇଥିଲା । ଏହା ପରେ ମୋହସୀନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାପାଙ୍କୁ ଭିଡିଓ କଲ କରିଥିଲେ । ସେ ପଚାରିଥିଲେ ଆପଣ ଖୁସି ତ ? ତାଙ୍କ ବାପାଙ୍କ ଆଖିରେ ଗର୍ବର ଚମକ ଦେଖିବାକୁ ମିଳିଥିଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାଯୋଗ୍ୟ, ୨୦୨୨ ଆଇପିଏଲରେ ମୋହସୀନଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏପରିକି ତାଙ୍କୁ ଟି୨୦ ବିଶ୍ୱକପରେ ଖେଳାଇବା ନେଇ ଆଲୋଚନା ହୋଇଥିଲା ।

ମାତ୍ର ହଠାତ ମୋହସୀନଙ୍କ କାନ୍ଧରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଚିକତ୍ସା କରିବା ପରେ ଡାକ୍ତର ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ କହିଥିଲେ । ଏପରିକି ଏହା ନ କଲେ ହାତ କଟାଯାଇପାରେ ବୋଲି ମଧ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ । ମୋହସୀନ ଭାଙ୍ଗି ନ ପଡି ହାତରେ ଅସ୍ତ୍ରୋପଚାର କରାଇଥିଲେ । ଏହା ପରେ ବେଶ କିଛି ଦିନ ଅଭ୍ୟାସ କରି ଭାରତର ଏହି ଯୁବ ଖେଳାଳି ପୁଣି ଲୟକୁ ଫେରିଛନ୍ତି ।

Leave A Reply

Your email address will not be published.