Latest Odisha News

BREAKING NEWS

‘ଲଭ ଆଜକଲ-୨’: କଠୋର ହେଲା ସେନ୍ସର ବୋର୍ଡ; ଫିଲ୍ମରୁ ହଟିଲା କାର୍ତ୍ତିକ-ସାରାଙ୍କ ବୋଲ୍ଡ ସିନ୍‌

ନୂଆଦିଲ୍ଲୀ: ସାରା ଅଲି ଖାନ ଓ କାର୍ତ୍ତିକ ଆର‌୍ୟନଙ୍କ ଫିଲ୍ମ ‘ଲଭ ଆଜକଲ’ ଆଜି ସିନେମା ହଲ ଗୁଡିକରେ ରିଲିଜ ହୋଇସାରିଛି । ଫିଲ୍ମ ଲଗାତାର କିଛି ଦିନ ହେଲା ଚର୍ଚ୍ଚାରେ ଅଛି । ସାରା ଓ କାର୍ତ୍ତିକ ଫିଲ୍ମର ବହୁତ ପ୍ରମୋଶନ ମଧ୍ୟ କରିଛନ୍ତି । ଏବେ ଏହି ଫିଲ୍ମକୁ ନେଇ ଏକ ବଡ ଖବର ଆସିଛି । ଫିଲ୍ମ ଉପରେ ସେନ୍ସର ବୋର୍ଡ କଠୋର ପଦକ୍ଷେପ ନେଇଛି । ସାରା ଓ କାର୍ତ୍ତିକ ଆର‌୍ୟନଙ୍କ ବୋଲ୍ଡ ସିନକୁ ଡିଲିଟ୍ କରିଛି ।

ଗତ କିଛି ଦିନ ପୂର୍ବରୁ ଫିଲ୍ମର ମେକର୍ସ ଟ୍ରେଲର ରିଲିଜ କରିଥିଲେ । ଯେଉଁଥିରେ ସାରା ଓ କାର୍ତ୍ତିକଙ୍କ କିଛି ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଥିଲା । ଲୋକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ ମଧ୍ୟ କରିଥିଲେ । କିନ୍ତୁ ଏବେ ସେହି ସିନ୍ ଆପଣଙ୍କୁ ସିନେମା ହଲରେ ଆଉ ନଜର ଆସିବନି । ମିଳିଥିବା ଖବର ଅନୁସାରେ, ସେନ୍ସର ବୋର୍ଡ ସେହି ଦୃଶ୍ୟ ଗୁଡିକୁ ଡିଲିଟ୍ କରିଦେଇଛି ।

Leave A Reply

Your email address will not be published.