Latest Odisha News

BREAKING NEWS

ଇଣ୍ଟରନେଟ ମାୟାରେ ବାୟା ହେଲା ମାଙ୍କଡ, ଭିଡିଓ ଭାଇରାଲ

ଭୁବନେଶ୍ୱର: ଦେଶରେ ଇଣ୍ଟରନେଟର ବହୁଳ ପ୍ରସାର ହେଉଛି । ୪ଜି ପରେ ୫ଜି ଆସିଛି । ଗାଁ ଗାଁ ଘରେ ଘରେ ଇଣ୍ଟରନେଟର ପ୍ରସାର ପାଇଁ ସରକାର ଉଦ୍ୟମ କରୁଛନ୍ତି । ଗୋଟିଏ ବାକ୍ୟରେ କହିଲେ ଆଜିର ଯୁଗରେ ଇଣ୍ଟରନେଟ ଆଉ ସ୍ମାର୍ଟ ଫୋନ ବିନା ଜୀବନ ଯେମିତି ଅଧାବାଟରେ ଅଟକି ଯାଉଛି । ତେଣୁ ସମସ୍ତଙ୍କ ପାଖରେ ଇଣ୍ଟରନେଟ ସୁବିଧା ପହଞ୍ଚାଇବା ପାଇଁ ସରକାର ଆପ୍ରାଣ ଉଦ୍ୟମ କରୁଛନ୍ତି । ଆଉ ଏ ଭିଡିଓ ଦେଖିଲେ ଆପଣ ବି କହିବେ ବୋଧହୁଏ ସରକାରଙ୍କର ଏ ଉଦ୍ୟମ ସଫଳ ହୋଇଛି । କାରଣ  ଡିଜିଟାଲ ମାୟାରେ କେବଳ ମଣିଷ ନୁହେଁ, ମାଙ୍କଡ ବି ପଡିଗଲାଣି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଭିଡିଓଟି କେତେଗୁଡିଏ ମାଙ୍କଡ ସ୍ମାର୍ଟ ଫୋନ ଦେଖୁଥିବା ନଜିର ଆସିଛି । ଜଣେ ନୁହେଁ, ତିନି ଜଣ ମାଙ୍କଡ ସ୍ମାର୍ଟ ଫୋନ ସାମ୍ନାରେ ବସିଛନ୍ତି । ଫେନକୁ ଖାଲି ଦେଖୁନାହାନ୍ତି, ଏହାକୁ ସ୍କର୍ଲ ବି କରୁଛନ୍ତି । ଫୋନକୁ ଦେଖୁ ଦେଖୁ ଯେମିତି ତା ଭିତରେ ହଜି ଯାଉଛନ୍ତି ।  ମୋବାଇଲର ଫଟୋ ଦେଖି ଖୁବ ଖୁସି ବି ହେଉଛି ମାଙ୍କଡ । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛ । ଭିଡିଓଟିକୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ସ୍ମାର୍ଟ ଫୋନ ସାମ୍ନାରେ ମାଙ୍କଡଙ୍କର ଏପରି ବିହ୍ୱଳ ଭାବ ବେଶ ହୃଦୟସ୍ପର୍ଶୀ ହୋଇଛି ।

ସେ ଏକ କ୍ୟାପ୍ସନରେ ଲେଖିଛନ୍ତି, ପ୍ରକୃତରେ ଦେଶରେ ଡିଜିଟାଲିକରଣ ହେଉଛି । ଏବେ ପଶୁ ବି ମଣିଷ ପରି ମୋବାଇଲ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଭିଡିଓଟିକୁ ୟୁଜର୍ସମାନେ ଖୁବ ପସନ୍ଦ କରିଛନ୍ତି । ଖୁବ ମଜାଦାର କମେଣ୍ଟ ବି କରିଛନ୍ତି ୟୁଜର୍ସ ।

Leave A Reply

Your email address will not be published.