ନୂଆଦିଲ୍ଲୀ: ଆଉ ମାସ କେଇଟା, କିଛି ମାସ ପରେ ହାତରେ ମେହେନ୍ଦି ଲଗେଇ, ବାଡୁଆ ପାଣିରେ ଗାଧୋଇ ନବବଧୂ ସାଜିଥାନ୍ତେ । ହେଲେ କାଳ ହେଲା ରୋଲର କୋଷ୍ଟର ରାଇଡ୍ ମଜା ନେବା । ଆମ୍ୟୁଜମେଣ୍ଟ ପାର୍କରେ ରୋଲର କୋଷ୍ଟରର ମଜା ନେଉଥିବା ବେଳେ, ଦୁର୍ଘଟଣା ଘଟି ଚାଲିଯାଇଛି ୨୪ ବର୍ଷୀୟ ମହିଳାଙ୍କ ଜୀବନ ।
ଏମିତି କିଛି ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି, ଦିଲ୍ଲୀର ଉପକଣ୍ଠରେ ଥିବା ଏକ ଲୋକପ୍ରିୟ ଆମ୍ୟୁଜମେଣ୍ଟ ପାର୍କରୁ । ଦକ୍ଷିଣ ପଶ୍ଚିମ ଦିଲ୍ଲୀର କାପାସେରା ନିକଟସ୍ଥ ଫନ୍ ଏଣ୍ଡ ଫୁଡ୍ ୱାଟର ପାର୍କକୁ ପ୍ରିୟଙ୍କା ନାମକ ଜଣେ ମହିଳା ତାଙ୍କ ଭାବିସ୍ବାମୀଙ୍କ ସହ ବୁଲିବାକୁ ଯାଇଥିବା ବେଳେ, ସେଠାରେ ରୋଲରକୋଷ୍ଟର ରାଇଡରେ ହଠାତ୍ ଦୁର୍ଘଟଣା ଘଟିବାରୁ ତାଙ୍କ ଜୀବନ ଚାଲିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ନୋଏଡାରେ ଏକ ଘରୋଇ ଟେଲିକମ୍ କମ୍ପାନୀରେ ସେଲ୍ସ ମ୍ୟାନେଜର ଭାବରେ କାମ କରୁଥିବା ପ୍ରିୟଙ୍କା ଗତ ୨୦୨୩ ବର୍ଷ ଜାନୁଆରୀରୁ ଭାବିସ୍ବାମୀ ନିଖିଲଙ୍କ ସହ ନିର୍ବନ୍ଧ କରିଥିଲେ । ଆସନ୍ତା ବର୍ଷ ୨୦୨୬ରେ ସେମାନଙ୍କ ବିବାହ ସ୍ଥିର ହୋଇଥିଲା । ଯେହେତୁ ବିବାହ ପୂର୍ବରୁ ପରସ୍ପର ସ୍ବାଧୀନ ଭାବେ ନିଜ ଗୋଡରେ ଛିଡା ହେବାକୁ ଚାହୁଁଥିଲେ, ତେଣୁ ପରିବାରର ସମ୍ମତି କ୍ରମେ ବିବାହ ତାରିଖକୁ ଘୁଞ୍ଚା ଯାଇଥିଲା । କିନ୍ତୁ ଭାଗ୍ୟ ସାଥ୍ ଦେଲାନି । ଆଉ କେଇ ମାସଟା ପରେ ବିବାହ ମନ୍ଧନରେ ଦୁହେଁ ବାନ୍ଧି ହୋଇଥାନ୍ତେ । ହେଲେ ଏହି ନିକଟରେ ଏକ ଆମ୍ୟୁଜମେଣ୍ଟ ପାର୍କକୁ କପଲ୍ ଯାଇଥିବା ବେଳେ ପ୍ରିୟଙ୍କାଙ୍କ ସହ ଘଟିଯାଇଥିଲା ଏହି ବଡ ଦୁର୍ଘଟଣା । କପଲ୍ ପାର୍କରେ ଏଞ୍ଜୟ୍ କରୁଥିବା ରୋଲର କୋଷ୍ଟର ରାଇଡରେ ପ୍ରିୟଙ୍କା ବସିଥିବା ଷ୍ଟାଣ୍ଡଟି ହଠାତ୍ ଭାଙ୍ଗି ଯାଇଥିଲା । ସ୍ୱିଙ୍ଗ ଭଳି ରାଇଡରେ ବସିଥିବା ପ୍ରିୟଙ୍କା ଷ୍ଟାଣ୍ଡ ଭାଙ୍ଗିଯିବାରୁ ବହୁ ଉଚ୍ଚତାରୁ ତଳକୁ ଖସି ପଡ଼ିଥିଲେ । ଫଳରେ ତାଙ୍କୁ ଗୁରୁତର ଆଘାତ ଲାଗିଥିଲା ଏବଂ ନିଖିଲ ତାଙ୍କୁ ତୁରନ୍ତ ଏକ ହସ୍ପିଟାଲକୁ ନେଇଯାଇଥିଲେ, ହେଲେ ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଥିଲେ ଡାକ୍ତର ।
ପୋଲିସର ସୂଚନା ଅନୁଯାୟୀ, ଗତ ଗୁରୁବାର ଦିନ ପ୍ରାୟ ୧ଟା ସମୟରେ ଦମ୍ପତି ମନୋରଞ୍ଜନ ପାର୍କରେ ପହଞ୍ଚିଥିଲେ । ଦିନେ ଦିନେ ସୁଇମିଂ ପୁଲରେ କପଲ୍ ମଜା ନେଇଥିବା ବେଳେ ସନ୍ଧ୍ୟାରେ ସେମାନେ ରୋଲର କୋଷ୍ଟର ରାଇଡର ମଜା ନେଇଥିଲେ । ଦୋଳିଟି ଏହାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚିବା ମାତ୍ରେ ଏଥିରେ ଥିବା ଏକ ସପୋର୍ଟିଂ ଷ୍ଟାଣ୍ଡ ଭାଙ୍ଗି ଯାଇଥିଲା, ଫଳରେ ପ୍ରିୟଙ୍କା ତଳକୁ ଖସି ପଡ଼ିଥିଲେ । ଗଭୀର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ।
ତେବେ ଏପର୍ଯ୍ୟନ୍ତ, ,ଭଳି ଅଘଟଣ ନେଇ ମୁହଁ ଖୋଲିନାହାନ୍ତି ଫନ୍ ଆଣ୍ଡ୍ ଫୁଡ୍ ଓ୍ବାଟର ପାର୍କର ପରିଚାଳନା କର୍ତ୍ତୃପକ୍ଷ । ପାର୍କ କୌଣସି ବିବୃତ୍ତି ଜାରି କରିନାହିଁ କିମ୍ବା ଗଣମାଧ୍ୟମର ପ୍ରଶ୍ନର ଉତ୍ତର ମଧ୍ୟ ଦେଇନାହିଁ । କେଉଁ ପରିସ୍ଥିତିରେ ଏତେ ବଡ ଅଘଟଣ ଘଟିଗଲା ସେନେଇ କିଛି ସ୍ପଷ୍ଟତା ନଥିବା ବେଳେ ଦୁର୍ଘଟଣା ଘଟିଥିବା ପାର୍କର ସେହି ଅଂଶଟି ବର୍ତ୍ତମାନ ବନ୍ଦ ରହିଛି ।
Comments are closed.