Latest Odisha News

BREAKING NEWS

ଜହ୍ନମାମୁଁର ଏହି ସମ୍ପତି ଉପରେ ରହିଛି ନଜର

ମସ୍କୋ: ପୃଥିବୀର ଉପଗ୍ରହ ଚନ୍ଦ୍ରକୁ ଯିବା ପାଇଁ ବିଶ୍ୱର ବିଭିନ୍ନ ଦେଶମାନଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି । ତେବେ ଏହାର ପ୍ରକୃତ କାରଣ କଣ ? ଜହ୍ନମାମୁଁ ନିକଟରେ ରହିଛି ଏକ ଅମୂଲ୍ୟ ସମ୍ପଦ । ବିଜ୍ଞାନ ଆଳରେ ପରୋକ୍ଷରେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ଏବେ ଭାରତର ଚନ୍ଦ୍ରାଯାନ ୩ ଓ ରୁଷର ଲୁନା ୨୫ ଏଠାରେ ଅବତରଣ କରିବ । ଚନ୍ଦ୍ରର ଦକ୍ଷିଣ ପୋଲରେ ପାଣି ଏବଂ ଖରା ରହିଛି । ଏହି ରହସ୍ୟମୟ ଅଂଚଳର କିଛି ଅଂଶରେ ପ୍ରବଳ ଖରା ପଡୁଥିବା ବେଳେ ଅନ୍ୟ ସ୍ଥାନ ଛାଇ ରହୁଛି । ଛାଇ ହେଉଥିବା ସ୍ଥାନ ବରଫ ଆଚ୍ଛାଦିତ ହୋଇ ରହିଛି । ନାସା ପକ୍ଷରୁ ଏକ ଗବେଷଣାରେ କୁହା ଯାଇଥିଲା ଏହି ସ୍ଥାନର ତାପମାତ୍ରା ମାଇନସ ୨୦୩ ଡିଗ୍ରର ସେଲସିୟସ ରହୁଛି । ଆଖିକୁ ଦେଖାଯାଉଥିବା ବରଫ ବୈଜ୍ଞାନିକଙ୍କ ପାଇଁ ସୁନାଠାରୁ କମ ନୁହେଁ । ଏହାକୁ ତରଳାଇ ପାନୀୟ ଜଳ ଭାବେ ବ୍ୟବହାର କରାଯାଇ ପାରିବ । ଆବଶ୍ୟକ ଅକ୍ସିଜେନ ଓ ରକେଟ ଫୁଏଲ ପାଇଁ ଆବଶ୍ୟକ ହାଇଡ୍ରୋଜେନ ମଧ୍ୟ ଏଥିରୁ ସଂଗ୍ରହ କରାଯାଇ ପାରିବ ।

ଏଠାରେ ଆଜି ପର୍ଯ୍ୟନ୍ତ ଲଂଚ ହୋଇଥିବା ମିଶନର ସଫଳତାର ହାର ବହୁତ କମ ରହିଛି । ଚନ୍ଦ୍ରପୃଷ୍ଠର ଏହି ପାଣିକୁ ବ୍ୟବହାର କରାଯାଇ ପାରିଲେ ଅନ୍ତରୀକ୍ଷ ଯାତ୍ରା ପାଇଁ ଆବଶ୍ୟକ ଖର୍ଚ୍ଚର ପରିମାଣ କମିଯିବ । ସବୁ କିଛି ଠିକ ରହିଲେ ଚନ୍ଦ୍ରପୃଷ୍ଠ ବ୍ରହ୍ମାଣ୍ଡ ପାଇଁ ଗ୍ୟାସ ଷ୍ଟେସନର କାର୍ଯ୍ୟ କରିପାରିବ । ଜିଓଲୋଜିକାଲ ଓ ମାଇନିଂ ଫର୍ମ ୱାଟସଙ୍କ ଅନୁସାରେ ଚନ୍ଦ୍ରର ଏହି ପାଣି ୩୦ ବର୍ଷ ପର୍ଯ୍ୟନ୍ତ ୨୦୬ ବିଲିୟନ ଡଲାରର ଇଣ୍ଡଷ୍ଟ୍ରି ପ୍ରସ୍ତୁତ କରାଇପାରିବ । ଏହାର ଗର୍ଭରେ କଣ ରହିଛି ତାହା ଏବେ ବି ରହସ୍ୟ । ଅନେକ ମୂଲ୍ୟବାନ ଖଣିଜ ପଦାର୍ଥ ଚନ୍ଦ୍ରରେ ଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.