କଟକ: କଟକର କଂଟେନମେଂଟ ଜୋନ୍ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରର ଜଟି କଂଟେନମେଂଟ ଜୋନ୍ରୁ ୪୦୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି । ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି ବୋଲି ସିଏମ୍ସି କମିଶନର ଅନନ୍ୟା ଦାସ କହିଛନ୍ତି ।
ସେ କହିଛନ୍ତି, ତେଲୁଗୁ ସାହିରେ ୩୪୫ ଜଣଙ୍କ ମଧ୍ୟରୁ ୨୧୨ ଜଣଙ୍କର ନମୁନା ସଂଗ୍ରହ କରାଯାଇଥିଲା। କିନ୍ତୁ ୮୧ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସେହିପରି ଜଲୁଆ ସାହିରୁ ୬୨ ଜଣଙ୍କର ନମୁନା ସଂଗ୍ରହ କରିଥିବା ବେଳେ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂରା ସହରରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି। ଟେଷ୍ଟିଂ ସଂଖ୍ୟା ବଢ଼ିଛି। ଆଗାମୀ ଦିନରେ ଏହା ଆହୁରି ବଢ଼ାଇବାର ଯୋଜନା ରଖାଯାଇଛି। କଟକ ଏକ ପୁରୁଣା ସହର ହୋଇଥିବାରୁ ଏଠାରେ ଅଧିକାଂଶ ସାହିବସ୍ତି ଅଛି। ତେଣୁ ସାହି ଓ ବସ୍ତି ଅଚଂଳରେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି।
ମାଲଗୋଦାମରେ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାଲଗୋଦାମରେ କରୋନା ନିୟନ୍ତ୍ରଣକୁ ଆସୁଛି। ଲୋକେ ଜିନିଷପତ୍ର କିଣିବା ପାଇଁ ନିଜର ଘର ପାଖରେ ଥିବା ଦୋକାନକୁ ବାଛନ୍ତୁ ବୋଲି ସିଏମ୍ସି କମିଶନର ପରାମର୍ଶ ଦେଇଛନ୍ତି।
Comments are closed.