ଭୁବନେଶ୍ୱର: କୁହାଯାଏ ଇତିହାସର ପୁନରାବୃତ୍ତି ହୋଇଥାଏ । ଏହାର ସଦ୍ୟ ଉଦାହରଣ ନିକଟରେ ଭୋପାଳରେ ଦେଖିବାକୁ ମିଳିଛି । ପ୍ରାୟ ୨୯ ବର୍ଷ ତଳେ କଂଗ୍ରେସ ନେତା ସ୍ୱର୍ଗତଃ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ରହିଯାଇଥିଲେ । ହୋଇପାରି ନଥିଲେ ସେ ମୁଖ୍ୟମନ୍ତ୍ରୀ । ଆଉ ଠିକ୍ ୨୯ ବର୍ଷ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି । ତାଙ୍କ ହାତରୁ ମଧ୍ୟ ଅଳ୍ପକେ ଖସିଯାଇଛି ମୁଖ୍ୟମନ୍ତ୍ରୀ ପଦ ।୧୯୮୯ ମସିହା ଜାନୁଆରୀ ମାସରେ ଚୁରହଟ ଲଟେରୀ କାଣ୍ଡ ଯୋଗୁଁ ତକ୍ରାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧିଙ୍କର ଇଚ୍ଛାସତ୍ୱେ ଅର୍ଜୁନ ସିଂହଙ୍କ ଚାପ ଯୋଗୁଁ ମାଧବରାଓ ସିନ୍ଧିଆ ମୁଖ୍ୟମନ୍ତ୍ରୀ ପଦ ପାଇପାରିନଥିଲେ ।
ସିନ୍ଧିଆଙ୍କର ପୁରା ବିଶ୍ୱାସ ଥିଲା ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ସେ ସିଧାସଳଖ ଦିଲ୍ଲୀରୁ ଆସି ଦୁଇଦିନ ଧରି ଭୋପାଳରେ ଅଟକିଥିଲେ । ତେବେ ଏଥିରେ ଅର୍ଜୁନ ସିଂହ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କ ଚାପ ଯୋଗୁଁ ସିନ୍ଧିଆଙ୍କ ସ୍ଥାନରେ ମୋତିଲାଲ୍ ଭୋରାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଗଲା ।
ଏହି ଘଟଣାର ୨୯ ବର୍ଷ ପରେ ମାଧବରାଓଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ମଧ୍ୟ ସମାନ୍ ପରିସ୍ଥିତି ସୃଷ୍ଟି ହୋଇଛି । ଜ୍ୟୋତିରାଦିତ୍ୟ ମଧ୍ୟପ୍ରଦେଶର ସବୁଠାରୁ ଯୁବ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାରୁ ଅଳ୍ପକେ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ୭୨ ବର୍ଷୀୟ କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ଗ୍ୱାଆଲିୟରର ସିନ୍ଧିଆ ରାଜପରିବାରର ବଂଶଜ । ତାଙ୍କ ଜେଜେମା ସ୍ୱର୍ଗତଃ ରାଜମାତା ବିଜୟାରାଜ ସିନ୍ଧିଆ ଜନସଂଘ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ପୁଅ ମାଧବରାଓ ସିନ୍ଧିଆ ମଧ୍ୟ ଜନସଂଘରେ ସାମିଲ୍ ହୋଇଥିଲେ । ତେବେ ୧୯୮୦ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ମାଧବରାଓଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜ୍ୟୋତିରାଦିତ୍ୟ ମଧ୍ୟ କଂଗ୍ରେସରେ ସାମିଲ୍ ହୋଇଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟପ୍ରଦେଶ ଗୁନା ଲୋକସଭା କ୍ଷେତ୍ରରେ ସାଂସଦ ଅଛନ୍ତି ।
BREAKING NEWS
- ଶୋପିଆନରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
- ବିଏମସି କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ
- ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ନେଇ ପ୍ରବଳ ଉତ୍ସାହ; କେଦାରନାଥଙ୍କ ଦର୍ଶନ କଲେଣି ୪ଲକ୍ଷ ଭକ୍ତ
- ବର୍ଷକ ପରେ ଶୁକ୍ର ନିଜ ରାଶିରେ କରିବେ ପ୍ରବେଶ; ଏହି ରାଶି ହେବେ ଧନବାନ୍
- ଶ୍ରୀ ଭାଗବତ ସାର ୪୧: ଯେଉଁ ଲୀଳା ବା ରସାତ୍ମକ ଅଭିବ୍ୟକ୍ତି ଦ୍ୱାରା ରସର ପୂର୍ଣ୍ଣ ପ୍ରକାଶ ଘଟେ ତାହାହିଁ ରାସଲୀଳା
- ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଗୁପ୍ତଚର ଗିରଫ; ଦେଶ ବିରୋଧୀ କାର୍ଯ୍ୟକଳାପରେ ଥିଲା ଲିପ୍ତ
- ଚାବାହାର ବନ୍ଦର ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଡୋଭାଲ ଇରାନର ସୁରକ୍ଷା ମୁଖ୍ୟଙ୍କ ସହ କଲେ ଆଲୋଚନା
- ମହିଳା ଭକ୍ତଙ୍କ ପାଇଁ ଖୁସି ଖବର; ଆରମ୍ଭ ହେଲା ଶ୍ରୀଜଗନ୍ନାଥ ମନ୍ଦିରରେ ‘ପିଙ୍କ ହେଲ୍ପ ଡେସ୍କ’
- ସାମ୍ନାକୁ ଆସିଲା ଫିଲ୍ମ ‘ହରି ହରା ବୀରା ମଲ୍ଲୁ’ର ନୂଆ ରିଲିଜ୍ ତାରିଖ
- ମଣିପୁରରେ ୩୫୦ରୁ ଅଧିକ ଉଗ୍ରବାଦୀ ଗିରଫ; ଜବରଦସ୍ତ କରୁଥିଲେ ଚାନ୍ଦା ଆଦାୟ
Comments are closed.