Latest Odisha News

BREAKING NEWS

ପରଦାରେ ଦମ୍ପତ୍ତି ହେଲେ ନିଅନ୍ତି ଅଧିକ ଫି,ଏମିତି କିଛି କହିଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ରେ ସଫଳ ଲୋକପ୍ରିୟ ଦମ୍ପତ୍ତିଙ୍କ ମଧ୍ୟରୁ ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଅନ୍ୟତମ । ଏହି ଯୋଡ଼ିକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ହେଲେ ଏହି ଦମ୍ପତ୍ତି ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଏବେ ଏମାନେ ନୂଆ ଫର୍ମୁଲା ଆପଣାଇଛନ୍ତି । ପରଦାରେ ଦମ୍ପତ୍ତି ହେଲେ ଅଧିକ ପାରିଶ୍ରମିକ ନେବେ ବୋଲି କହିଛନ୍ତି ଦୀପିକା ।

BjdElectrycity

ଅଧିକାଂଶ କଳାକାର ବାସ୍ତବ ଜୀବନରେ ପତି ପତ୍ନୀ ହୋଇଥିଲେ ସେମାନେ ଏକା ସାଙ୍ଗରେ କୌଣସି ଫିଲ୍ମ କଲେ ପାରିଶ୍ରମିକ କମ୍ ନେଇଥାନ୍ତି । କିନ୍ତୁ ରଣବୀର ଓ ଦୀପିକାଙ୍କ କ୍ଷେତ୍ରରେ ଏହା ଓଲଟା । ସେମିତି ଫିଲ୍ମ ପାଇଁ ଉଭୟ ଅଧିକ ପାରିଶ୍ରମିକ ଦାବି କରନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ ଦୀପିକା ଏକଥା କହିଛନ୍ତି । ସେ କହିଛନ୍ତି, ଆମେ ଦୁହେଁ ଏବେ ଗୋଟିଏ ନିଆରା ସ୍ଥିତିରେ ଅଛୁ । ତେଣୁ ଅଧିକ ଦାବି କରିବା ସ୍ୱାଭାବିକ । କେବଳ ଫିଲ୍ମ ନୁହେଁ, କୌଣସି ବିଜ୍ଞାପନରେ କାମ କରିବାବେଳେ ମଧ୍ୟ ଆମେ ସମାନ ନୀତି ଅନୁସରଣ କରୁ ବୋଲି ଦୀପିକା କହିଛନ୍ତି ।

Leave A Reply

Your email address will not be published.