Latest Odisha News

BREAKING NEWS

୪ ଜଣ ଡ୍ରଗ୍ସ ମାଫିଆଙ୍କୁ ବାନ୍ଧିଲା STF, ୧ କେଜିରୁ ଅଧିକ ବ୍ରାଉନସୁଗର ଜବତ

ଭୁବନେଶ୍ୱର: ଖାଲି ନିଶା ସେବନ ନୁହେଁ, ନିଶା କାରବାରରେ ବି ଜଡ଼ିତ ଯୁବପିଢ଼ି । ଗୁଇନ୍ଦା ସୂଚନା ଅନୁସାରେ, STF ରେଡ୍ କରି ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧ କେଜି ୩୦ ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗର ଅଭିଯୁକ୍ତମାନେ କେଉଁଠୁ ଆଣଥିଲେ, କାହାକୁ ଦେଇଥାନ୍ତେ ସେନେଇ ସୂଚନା ମିଳିନି । ଏସଟିଏଫ୍ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ଗିରଫ ୪ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲାର । ରାକେଶ କୁମାର ବାରିକ ଓ ବିରଞ୍ଚି ନାରାୟଣ ସାହୁର ଘର ଖୋର୍ଦ୍ଧା କୋଚିଲାବଣ ସାହିରେ । ସେହିଭଳି ଜଗବନ୍ଧୁ ବିଶ୍ୱାଳର ଘର ସାମନ୍ତରାପୁର ଥାନା ସ୍ୱପ୍ନେଶ୍ୱର ସାହିରେ ହୋଇଥିବା ବେଳେ ସନ୍ତୋଷ ରାଉତରାୟର ଘର ସାଗୁଆନ୍ ବଗିଚାରେ ବୋଲି ଜଣାପଡ଼ିଛି । ଜବତ ବ୍ରାଉନସୁଗରର ଆନୁମାନିକ ବଜାର ଦର ୧ କୋଟି ଟଙ୍କାରୁ ଅଧିକ ହେବ ।

୨୦୨୦ ମସିହାରୁ ଏସଟିଏଫ୍ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଏଯାଏ ଏସଟିଏଫ୍ ୫୫ କେଜିରୁ ଅଧିକ ବ୍ରାଉନସୁଗର ଓ ହେରୋଇନ୍ ଜବତ କରିଛି । ୨୦୨ ଗ୍ରାମ କୋକେନ୍ ଓ ୧୧୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ୍ ଓପଅମ୍ ଜବତ କରାଯାଇଥିବା ବେଳେ ୧୫୬ ଜଣରୁ ଅଧିକ ଡ୍ରଗ୍ସ ପେଡଲାରଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.