Latest Odisha News

BREAKING NEWS

ପାଣିକୋଇଲି ନିକଟରୁ ୧ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ପୋଲିସ କୁ ମିଳିଛି ବଡ଼ ସଫଳତା । ପାଣିକୋଇଲି ଟୋଲ ଗେଟ୍ ନିକଟରୁ ୧ କୁଇଣ୍ଟାଲ ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । କଟକ ପଟୁ କଲିକତା ଅଭିମୁଖେ ଯାଉଥିବା ଏକ କାରରୁ ଜବତ ହୋଇଛି ଏହି ଗଞ୍ଜେଇ ।

ମିଳିଥିବା ସୂଚନା ଅନୁସାରେ ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗ ମୁରସିଦାବାଦ ଅଞ୍ଚଳର ସୋହେଲ ରାଣା ଓ ସାହାରୁଲ ସେକ୍ ବୋଲି ଜଣାପଡ଼ିଛି। ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ଯାଜପୁର ଏସ.ପି ଚରଣ ସିଂ ମିନା କହିଛନ୍ତିଯେ ଅଭିଯୁକ୍ତ ମାନଙ୍କ ନିକଟରୁ ଗଞ୍ଜେଇ ସମେତ ଏକ କାର, ୩ଟି ମୋବାଇଲ ଫୋନ, ନଗଦ ୭୪୦୦ ଟଙ୍କା ଓ ୩ଟି ଏ.ଟି.ଏମ କାର୍ଡ଼ ଜବତ କରାଯାଇଛି।

Leave A Reply

Your email address will not be published.