Latest Odisha News

BREAKING NEWS

ଏମିତି କେଉଁ ଗୀତ ଗାଇ ପୁଣି ଫସିଲେ ହନି ସିିଂହ, ଜାଣନ୍ତୁ

ମୁମ୍ବାଇ: ପପ୍ ସିଙ୍ଗର ହନି ସିଂ ପୁଣି ବିବାଦରେ । ୨୦୧୮ରେ ରିଲିଜ ହୋଇଥିବା ହନି ସିଂଙ୍କ ‘ମଖଣା’ ଗୀତ ତାଙ୍କୁ ପୁଣିଥରେ ଟାଣି ଆଣିଛି ବିବଦ ଘେରକୁ । ହନି ସିଂ ଏବଂ ଏହି ଗୀତର ମ୍ୟୁଜିକ ଡିରେକ୍ଟର ଭୂଷଣ କୁମାରଙ୍କୁ ପଞ୍ଜାବ ପୋଲିସ ଅଟକ ରଖି ଜେରା କରିଛି ।

ଏହି ଗୀତରେ ଅଶାଳୀନ ଲିରିକ୍ସ ଥିବାରୁ ହନିଙ୍କ ବିରୋଧରେ ପଞ୍ଜାବ ମୋହାଲି ଜିଲ୍ଲାର ମାଟାଉର ପୋଲିସ ଷ୍ଟେସନରେ ମହିଳା ମୋହାଲି ପ୍ୟାନେଲର ଚେୟାରପର୍ସନ ମନିଶା ଗୁଲାଟି ଏକ କେସ ଦାୟର କରିଛନ୍ତି ।

ମନିଶା କହିଛନ୍ତି ଯେ, “ମଖଣା ଗୀତର ରାପରେ ମହିଳାଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରାଯାଇଛି । ଏନେଇ ପଞ୍ଜାବ ପୋଲିସକୁ ଏଫଆଇଆର ଦେବା ସହ ଜୁଲାଇ ୧୨ ସୁଦ୍ଧା ଷ୍ଟାଟସ ରିପୋର୍ଟ ପ୍ରଦାନ ଏବଂ ତୁରନ୍ତ ହନିଙ୍କ ଉପରେ ପଦକ୍ଷେପ ନେବା ସହ ଗୀତକୁ ବ୍ୟାନ କରିବା ପାଇଁ ଅନୁରୋଧ କରଥିବା ମନିଶା କହିଛନ୍ତି । ପୋଲିସ ଏହି ଘଟଣାରେ ହନିଙ୍କ ବିରୋଧରେ ଧାରା ୨୯୪, ୫୦୯, ୬୭ ଲଗାଇଛି ।

Leave A Reply

Your email address will not be published.