Latest Odisha News

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି ।

ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉନାହିଁ । ପରିବାରର କେହି କୋଭିଡ୧୯ ପଜିଟିଭ ବାହାରିଥିଲା ପ୍ରୋଟୋକଲ ଅନୁସାରେ ପରିବାରର ଅନ୍ୟମାନଙ୍କ ସ୍ୱାବ ନମୁନା ପରୀକ୍ଷା ବେଳେ ପିଲାଙ୍କଠାରେ ସଂକ୍ରମଣର ସୂଚନା ମିଳୁଛି । ମୁଖ୍ୟତଋ ସେମାନେ ପରିବାର ଲୋକଙ୍କଠାରୁ ହିଁ ସଂକ୍ରମିତ ହେଉଥିବା ଜଣାପଡିଛି ।

ଓଡିଶାରେ ଚିହ୍ନଟ ହୋଇଥିବା ୬୧ କରୋନା ପଜିଟିଭଙ୍କ ମଧ୍ୟରୁ ୮ ଜଣ ପିଲା ଅଛନ୍ତି । ତାମିଲନାଡୁରେ ୧୩୦୦ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪୦ ଜଣ ୧୦ ବର୍ଷରୁ କମ୍ ପିଲା । ଜଣେ ଆଠ ମାସର ଶିଶୁ ବି ଏହି ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଛି ।
ସେହିପରି ତେଲେଙ୍ଗାନାରେ ୭୯୦ ଜଣଙ୍କ ମଧ୍ୟରେ ରହିଛନ୍ତି ୩୦ ଜଣ ଶିଶୁ । ଏମାନଙ୍କ ମଧ୍ୟରେ ତିନି ମାସରୁ କମ ବୟସର ପାଞ୍ଚ ଜଣ ଶିଶୁ ଅଛନ୍ତି । ଏମାନେ କେହି ଗୁରୁତର ନାହାନ୍ତି ।

ରାଜସ୍ଥାନରେ ୧୦ ବର୍ଷରୁ କମ୍ ୨୮ ଜଣ ଶିଶୁ ଚିକିତ୍ସିତ ହେଉଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୯ ଓ ପଶ୍ଚିମବଙ୍ଗରେ ୩ ଜଣ ଶିଶୁ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ମଧ୍ୟ ପ୍ରଦେଶର ଇନ୍ଦୋର ହଟସ୍ପଟ୍ ଚିହ୍ନଟ ହୋଇଥିବା ବେଳେ ଏଠାରେ ୮୯୨ କୋରନା ସଂକ୍ରମିତଙ୍କ ମଧ୍ୟରେ ୩୬ ଜଣ ଶିଶୁ ଅଛନ୍ତି । ସବୁଠୁ ସାନ ତିନି ମାସର ଶିଶୁ ରହିଛି ।

ସେହିପରି କର୍ଣ୍ଣାଟକରେ ୧୦ ବର୍ଷରୁ କମ୍ ୨୦ ଜଣ, ଉତ୍ତର ପ୍ରଦେଶରେ ୭ ଜଣ, ବିାହରର ୬ ଜଣ ଶିଶୁ ବାପା ମାଆଙ୍କଠାରୁ ହିଁ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି କେରଳରେ ୧୨ ଜଣ ଶିଶୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ତିନି ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି ।

ଏହି ଶିଶୁମାନଙ୍କତ ମଧ୍ୟରୁ ଅଧିକାଂଶ ଦିଲ୍ଲୀ ନିଜାମୁଦ୍ଦିନରେ ଆୟୋଜିତ ମର୍କଜରେ ସଭାରେ ଯୋଗ ଦେଇ ଫେରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିବା ଏକ ସର୍ଭେରୁ ଜଣାପଡିଛି ।

ଯେଉଁ ପିଲାମାନଙ୍କର ଆଜମା କିମ୍ବା ଥଣ୍ଡା ଯୋଗୁଁ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଥିବ ସେମାନେ କୋଭିଡ ୧୯ ସଂକ୍ରମଣ ହେଲେ ସମସ୍ୟା ସୃଷ୍ଟି । ଏକ ବର୍ଷରୁ କମ ବୟସର ପିଲାଙ୍କଠାରେ ରୋଗପ୍ରତିରୋଧକ ଶକ୍ତି କମ ଥିବାରୁ ସେମାନେ ସଂକ୍ରମିତ ହେଲେ ମଧ୍ୟ ସମସ୍ୟା ରହିଥାଏ ବୋଲି ଡାକ୍ତର କହିଛନ୍ତି ।

Leave A Reply

Your email address will not be published.