Latest Odisha News

BREAKING NEWS

ଆମେରିକାରେ ୨୪ ଘଣ୍ଟାରେ କରୋନା ନେଲା ୧୮ ଶହରୁ ଅଧିକ ମୁଣ୍ଡ; ବିଶ୍ୱରେ କେତେ ଛୁଇଁଲା ମୃତ୍ୟୁ ସଂଖ୍ୟା, ଜାଣନ୍ତୁ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପ୍ରଭାବ ସର୍ବାଧିକ ଆମେରିକାରେ ହିଁ ରହିଛି । ଗତ ୨୪ ଘଣ୍ଟାରେ ଏଠାରେ ରେକର୍ଡ ସଂଖ୍ୟକ ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ୧,୮୯୧ ଜଣଙ୍କ ମୃତ୍ୟୁ ସହ ସର୍ବମୋଟ ମୃତ୍ୟୁ ସଂଖ୍ୟା ୩୯ ହଜାର ୧୪ ରେ ପହଞ୍ଚିଛି ।

କରୋନା ସଂକ୍ରମଣରେ ବିଶ୍ୱରେ ସର୍ବାଧିକ ମାମଲା ସହ ରବିବାର ଏହି ସଂଖ୍ୟା ୭ ଲକ୍ଷ ୩୮ ହଜାର, ୮୩୦ ରହିଛି ।

ସାରା ବିଶ୍ୱରେ ୧୯ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ। ମୋଟ ୧ ଲକ୍ଷ ୬୦ ହଜାର ୭୫୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.