ଭୁବନେଶ୍ୱର: ଓଡ଼ିଶାର ୨୨ଟି ଜିଲ୍ଲାରେ ପାଖାପାଖି ୧୦,୨୧୦ ଜଣ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାର ସର୍ବାଧିକ ୧୦୫୦ ଜଣ ଦେବୀଜୀବୀ ଥିବା ବେଳେ ଢେଙ୍କାନାଳରେ ସର୍ବନିମ ୧୫୦ ଜଣ ଦେହଜୀବୀ ରହିଥିବା ସୂଚନା।ସରକାରୀ ତଥ୍ୟରୁ ମିଳିଥିବା ସୂଚନା ଅନୁସାରର ଏହା ସ୍ପଷ୍ଟ ହୋଇଛି।
ଏହି ଦେହଜୀବୀ ମାନଙ୍କ ପାଇଁ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓଏସ୍ଏସିଏସ୍) ଜାତୀୟ ଏଡସ୍ ନିୟନ୍ତ୍ରଣ ସଂସ୍ଥା (ଏନ୍ଏସିଓ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆଦି ସଂସ୍ଥା ଭାରତ ସରକାର ନିର୍ଦ୍ଦେଶାବଳୀ ଓ ମାର୍ଗଦର୍ଶିକା ଅନୁଯାୟୀ କାମ କରୁଛନ୍ତି ।
ସରକାରୀ ତଥ୍ୟ ଅନୁଯାୟୀ ବାଲେଶ୍ୱରରେ ସର୍ବାଧିକ ୧୦୫୦, ଯାଜପୁରରେ ୭୦୦, ଭଦ୍ରକରେ ୬୫୦,ଗଞ୍ଜାମରେ ୫୫୦ ବଲାଙ୍ଗିରରେ ୪୫୦, ଗଜପତିରେ ୩୫୦, କେନ୍ଦ୍ରାପଡାରେ ୪୦୦ ,ଅନୁଗୁଳରେ ୩୦୦, କଟକରେ ୨୫୦, ଢେଙ୍କାନାଳରେ ୧୫୦, ଜଗତସିଂହପୁରରେ ୨୫୦, କଳାହାଣ୍ଡିରେ ୨୫୦, କନ୍ଧମାଳରେ ୩୫୦, କେନ୍ଦୁଝରରେ ୭୦୦, ଖୋର୍ଦ୍ଧାରେ ୬୧୦, କୋରାପୁଟରେ ୭୫୦, ମାଲକାନାଗିରିରେ ୩୦୦, ମୟୂରଭଞ୍ଜରେ ୭୫୦, ନୟାଗଡ଼ରେ ୨୫୦, ନୂଆପଡ଼ାରେ ୫୦୦, ପୁରୀରେ ୨୫୦ ଜଣ, ସୁନ୍ଦରଗଡ଼ରେ ୪୦୦ ଜଣ ଦେହଜୀବୀ ଅଛନ୍ତି।
ଏହି ୧୦,୨୧୦ ଜଣ ମହିଳା ଯୌନକର୍ମୀଙ୍କ ନିମନ୍ତେ ଲକ୍ଷ୍ୟ ଭେଦୀ ପ୍ରକଳ୍ପ ମାଧ୍ୟମରେ ଓଏସ୍ଏସିଏସ୍ ଏଚ୍ଆଇଭି ଓ ଏଡସ୍ ସମ୍ପର୍କିତ ସେବା ଓ ସୁବିଧା ଯୋଗାଇ ଆସୁଥିବା ଜଣାପଡିଛି ।
Comments are closed.