Latest Odisha News

BREAKING NEWS

ସମ୍ବଲପୁରୀ ପଶାପାଲି ଶାଢ଼ୀ: ଉତ୍କୃଷ୍ଟ ଓଡ଼ିଆ କଳା କାରିଗରୀର ନମୁନା

ଓଡ଼ିଶାର ପରିପାଟୀ ଶୈଳୀ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର । ଆଉ ଏହାର ସମସ୍ତ ଶ୍ରେୟ ହେଉଛି ବାନ୍ଧ କାରୁକାର୍ଯ୍ୟର । ବିଭିନ୍ନ ପ୍ରକାର ସୂତା ବସ୍ତ୍ରରେ ବାନ୍ଧ କାମ କରାଯାଇ ଆକର୍ଷଣୀୟ କରାଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ତନ୍ତ ବିଦ୍ୟା ଜଡ଼ିତ ।

ବିଭିନ୍ନ ମନ୍ଦିରର ସ୍ଥାପତ୍ୟକୁ କଳ୍ପନା କରି ସୂତାରେ ଏହି କମକୂଟ କରିବା ବିଦ୍ୟା ବୁଣାକାରମାନେ ଆହରଣ କରିଥିଲେ । ଏହିସବୁ ବସ୍ତ୍ରରେ ପୁରାଣ, ଦେବାଦେବୀ ତଥା ଗ୍ରାମୀଣ ଚଳଣି, ଓଡ଼ିଶାର ପର୍ବ-ପରମ୍ପରାର ପ୍ରତିଛବି ପରିସ୍ଫୁଟ ହୋଇଥାଏ ।

ଓଡ଼ିଶାର ପାଟ ଶାଢ଼ୀ ମଧ୍ୟରୁ ସମ୍ବଲପୁରୀ ପଶାପାଲି ଶାଢ଼ୀର ସ୍ୱତନ୍ତ୍ରତା ରହିଛି । ବରଗଡ଼ ଜିଲ୍ଲାରେ ବୁଣାଯାଉଥିବା ଏକ ତନ୍ତ୍ରବୁଣା ଶାଢ଼ୀ ଉପରେ ଥିବା ପଶା ବା ଚେସ୍ ଖେଳର ପାଲିରେ ଥିବା କଳା-ଧଳ ରଙ୍ଗର ବିଭାଜନ ହୋଇଥାଏ ।

ଏହାର ବିଶେଷତ୍ୱ ହେଉଛି ଏଥିରେ ପ୍ରାକୃତିକ ରଙ୍ଗର ବ୍ୟବହାର କରାଯାଇଥାଏ । ପାରମ୍ପରିକ ଭାବେ ବୁଣାକାରମାନେ ଗଛ, ଲତା ଓ ନାନାଦି ଛବି ଆଙ୍କିଥାନ୍ତି କନା ଉପରେ ।

ତେବେ ଆଜିକାଲି ଅନେକ ନୂଆ ନୂଆ ଢ଼ଙ୍ଗର ବାନ୍ଧରେ ପୋଟ୍ରେଟ, ଲ୍ୟାଣ୍ଡସ୍କେପ୍ ଓ ଫୁଲ ପାଖୁଡ଼ା ଆଦି ଅଙ୍କାଯାଇଥିବା ଦେଖିବାକୁ ମିଳୁଛି ।

ସମ୍ବଲପୁରୀ ବାନ୍ଧ ଶାଢ଼ୀ ସୂତା କିମ୍ବା ସିଲ୍କ କପଡ଼ାରେ ପ୍ରସ୍ତୁତି ହୋଇଥାଏ । ଏବେ ଏହି ହାତବୁଣା ଶାଢ଼ୀର ଚାହିଦା ବଢ଼ିବାରେ ଲାଗିଛି । ବିଭିନ୍ନ ଫ୍ୟାଶନ୍ ଶୋ’ରେ ମଧ୍ୟ ସମ୍ବଲପୁରୀ ଶାଢ଼ୀ ପରିଧାନ କରି ମଡ଼େଲ୍ମାନେ ର‌୍ୟାମ୍ପ୍ରେ ଭାଗ ନେଉଛନ୍ତି ।

ସମ୍ବଲପୁରୀ ପାଟ ଶାଢ଼ୀ ସହ ଟ୍ରାଇବାଲ୍ ଜୁଏଲାରୀ, ସିଲ୍ଭର୍ ପ୍ଲେଟେଡ଼ ଜୁଏଲାରୀ, ଉଡନ୍ ନେକ୍ଲେସ୍ ଏବଂ ହାଇ ହିଲ୍ ପିନ୍ଧିଲେ ଫ୍ୟାଶ୍ନେବୁଲ୍ ଦିଶିପାରିବେ ।

 

ସମ୍ବଲପୁର, ବଲାଙ୍ଗୀର, ମୟୂରଭଞ୍ଜ, ବରପାଲି, ରେମୁଣ୍ଡା, ସୋନପୁର, ସରାଇପଲୀ, ବୀରମହାରାଜପୁର, ସୁବଳୟା, ବରଗଡ଼, କଟକର ମାଣିଆବନ୍ଧ, ବଡ଼ମ୍ବା, ନୂଆପାଟଣା, ନରସିଂହପୁର ଆଦି ସ୍ଥାନରେ ଏହି ବୁଣା କାର୍ଯ୍ୟ ବହୁଳ ମାତ୍ରାରେ ପ୍ରଚଳିତ ଅଛି ।

Leave A Reply

Your email address will not be published.