Latest Odisha News

ଖରା ପାଇଁଁ ସକାଳୁଆ ସ୍କୁଲ

ଭୁବନେଶ୍ବର : ଏବେଠୁ ବଢ଼ିଲାଣି ତାତି । ଆଗକୁ ଆହୁରି ବି ବଢ଼ିବ । ଖରାକୁ ଦେଖି ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଖରା ପାଇଁ ସକାଳ ୭ଟାରୁ ୯ଟା ଯାଏ ଚାଲିବ ନବମ ଓ ଏକାଦଶ ଶ୍ରେଣୀ । ସେହିପରି ଦଶମ ଓ ଦ୍ବାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ । ଏନେଇ ସବୁ ଡିଇଓମାନଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ଅତିରିକ୍ତ ସଚିବ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଅନ୍ୟପକ୍ଷରେ ଗ୍ରୀଷ୍ମ ପ୍ରବାହକୁ ଦେଖି ଦୁଇ ଦିନ ତଳେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ଉଲ୍ଲେଖ କରିଥିଲେ ଏସଆରସି । ଜଳ ସମସ୍ୟା ଦେଖାଦେଉଥିବା ସ୍ଥାନରେ ପାଣିଗର ବ୍ୟବସ୍ଥା କରିବାକୁ କହିଥିଲେ ଏସଆରସି ।

Leave A Reply

Your email address will not be published.