Latest Odisha News

BREAKING NEWS

୨୦୩୦ ଫିଫା ବିଶ୍ୱକପ: ସ୍ପେନ, ପର୍ତୁଗାଲ ସହ ମିଶି ମରକ୍କୋ ଦାଖଲ କରିବ ବିଡ

ଦୁବାଇ: ୨୦୩୦ ଫିଫା ବିଶ୍ୱକପ ଫୁଟବଲ ପାଇଁ ବିଡ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବୁଧବାର ସ୍ପେନ ଓ ପର୍ତୁଗାଲ ସହ ମିଶି ମରକ୍କୋ ଏଥିପାଇଁ ଅଂଟା ଭିଡିଛି । ପୂର୍ବରୁ ସ୍ପେନ ଓ ପର୍ତୁଗାଲ ସହ ୟୁକ୍ରେନ ବିଡ ଦାଖଲ କରିବ ବୋଲି ସ୍ଥିର ହୋଇଥିଲା । ମାତ୍ର ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ୟୁକ୍ରେନର ଫୁଟବଲ ଆସୋସିଏଶନ ଏଥିରୁ ଓହରିବା ପାଇଁ ନିଷ୍ପତି ନେଇଛି । ମରକ୍କୋ ରାଜା ମହମ୍ମଦ ବୁଧବାର ଘୋଷଣା କରିଛନ୍ତି ଯେ, ଆମେ ୨୦୩୦ ବିଶ୍ୱକପ ଆୟୋଜନ ପାଇଁ ସ୍ପେନ, ପର୍ତୁଗାଲ ସହ ମିଳିତ ଭାବେ ବିଡ ଦାଖଲ କରିବୁ । ସ୍ପାନିଶ ଫୁଟବଲ ସଂଘ ମରକ୍କୋ ସାମିଲ ନେଇ କୌଣସି ଘୋଷଣା କରିନି । ରାୱାଣ୍ଡାରେ ଏହି ୩ ଦେଶ ମଧ୍ୟରେ ଏକ ବୈଠକ ଆୟୋଜିତ ହେବ । ଏହା ପରେ ଏ ନେଇ ଚୂଡାନ୍ତ ଘୋଷଣା କରାଯିବ ।

୨୦୨୬ରେ ଆମେରିକା, କାନାଡା ଓ ମେକ୍ସିକୋ ମିଳିତ ଭାବେ ବିଶ୍ୱକପ ଆୟୋଜନ କରିବେ । ୨୦୩୦ ପାଇଁ ଆର୍ଜେଂଟିନା, ଚିଲି, ପାରାଗୁଏ ଓ ଉରୁଗୁଏ ମଧ୍ୟ ମିଳିତ ଭାବେ ବିଡ ଦାଖଲ କରିଛନ୍ତି । ୧୯୩୦ରେ ଉରୁଗୁଏରେ ବିଶ୍ୱକପ ଖେଳା ଯାଇଥିଲା । ଏହାର ୧୦୦ ବର୍ଷ ପୂର୍ତି ଅବସରରେ ସାଉଥ ଆମେରିକା ଫୁଟବଲ ଆସୋସିଏଶନ ଏହାକୁ ଆୟୋଜନ କରିବା ନେଇ ଆଗ୍ରହ ପ୍ରକାଶ କରିଛି ।

Leave A Reply

Your email address will not be published.