Latest Odisha News

BREAKING NEWS

ଲୁଣ ଖାଇ ମରିବେ ୭୦ ଲକ୍ଷ ଲୋକ: WHO

ନୂଆଦିଲ୍ଲୀ: କୌଣସି ଖାଦ୍ୟ ହେଉ କି ପାନୀୟ ଲୁଣ ବିନା ସ୍ୱାଦ ଲାଗେନା । ଆଉ ଯଦି ଆପଣଙ୍କ ଅଭ୍ୟାସ୍ ଅଧିକ ଲୁଣ ଖାଇବା ତାହାଲେ ସତର୍କ ହୋଇ ଯାଆନ୍ତୁ । ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଲୁଣ ସେବନକୁ ନେଇ ଜାରି କରିଛି ରିପୋର୍ଟ । ଯେଉଁଥିରେ କୁହାଯାଇଛି, ଅଧିକ ଲୁଣ ଖାଇବାରୁ ଏକାଧିକ ରୋଗ ହେଉଛି ।

ଏପରିକି ରିପୋର୍ଟରେ କୁହାଯାଇଛି, ହାତରେ ସମୟ ଥାଉ ଥାଉ ଲୁଣ ସେବନ ନ କମାଇଲେ ଆସନ୍ତା ୭ ବର୍ଷରେ ପ୍ରାୟ ୭୦ ଲକ୍ଷ ଲୁଣ ପାଇଁ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିବେ । ପ୍ରତିବର୍ଷ ମାର୍ଚ୍ଚ ୧୪ରୁ ୨୦ ଯାଏ ବିଶ୍ୱ ଲୁଣ ସଚେତନତା ସପ୍ତାହ ପାଳନ ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଚିନ୍ତା ବଢ଼ାଇଛି ।

ଲୁଣରେ ସୋଡିୟମ୍ ଓ ପୋଟାସିୟମ୍ ଉଭୟ ରହିଛି । ସୋଡିୟମ୍ ମଣିଷ ଶରୀରରେ ପାଣିର ସ୍ତର ନିୟନ୍ତ୍ରଣ ସହ ଅମ୍ଳଜାନ ଏବଂ ଅନ୍ୟ ପୋଷକ ତତ୍ତ୍ୱକୁ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ପହଞ୍ଚାଇବାରେ ସାହାଯ୍ୟ କରେ । ଫଳରେ ମଣିଷ ସୁସ୍ଥ ରହିବା ସହ ଶକ୍ତି ମିଳେ ।

ତେବେ ଡାକ୍ତରଙ୍କ କହିବା ଅନୁସାରେ, ଆପଣ ଯଦି କମ୍ ଲୁଣ ଖାଉଛନ୍ତି ତାହେଲେ ଲୋ ବ୍ଲଡ୍ ପ୍ରେସର ରୋଗୀ ହୋଇ ପାରନ୍ତି । ଟାଇପ୍-୨ ଡାଇବେଟିସ୍ (ମଧୁମେହ), ଦୁର୍ବଳ ଲାଗିବା ସହ ବାନ୍ତି ହୋଇପାରେ । ତେଣୁ ଶରୀରର ଆବଶ୍ୟକତା ଅନୁସାରେ ଲୁଣ ଖାଇବା ଉଚିତ୍ ।

ଡବ୍ଲୁଏଚ ଅନୁସାରେ, ପ୍ରାୟତଃ ଲୋକ ଦୈନିକ ୧୦.୮ ଗ୍ରାମ ଲୁଣ ଖାଇଥାନ୍ତି । ଯାହାକି ଶରୀରର ଆବଶ୍ୟକତା ଠାରୁ ବେଶ୍ ଅଧିକ । ଅତ୍ୟଧିକ ଲୁଣ ଖାଇବା ଦ୍ୱାରା କେଶ ଝଡ଼ିଥାଏ, କିଡନୀ ଖରାପ ହେବା ସହ ହାଡ଼ କମଜୋର ହେବା ସହ ଉଚ୍ଚ ରକ୍ତଚାପ ହୋଇଥାଏ । ଡାକ୍ତରଙ୍କ କହିବା ଅନୁସାରେ, ଜଣେ ବ୍ୟକ୍ତି ଦୈନିକ ୫ ଗ୍ରାମ ଲୁଣ ଖାଇବା ଆବଶ୍ୟକ । ଯେଉଁଥିରୁ ୨.୩ ଗ୍ରାମ ସୋଡିୟମ୍ ମିଳିବ, ଯାହାକି ଶରୀର ପାଇଁ ଆବଶ୍ୟକ ।

Leave A Reply

Your email address will not be published.