Latest Odisha News

BREAKING NEWS

୭୫ ବର୍ଷ ହେଲାଣି ଟ୍ରାଫିକ ଜାମ୍‌

ନୂଆଦିଲ୍ଲୀ : ଦୁନିଆରେ ଏଭଳି କିଛି ସ୍ଥାନ ରହିଛି ଯେଉଁ ସ୍ଥାନ ବିଷୟରେ ଆମେ ଅଜଣା । ଏପରି ଅନେକ ସ୍ଥାନ ଅଛି ଯାହା ବିଶେଷ କଥା ପାଇଁ ପ୍ରସିଦ୍ଧ ଥାଏ । ସେହି ସ୍ଥାନକୁ ଲୋକମାନେ ଦେଖିବାକୁ ବହୁତ ଆଗ୍ରହ ପ୍ରକାଶ ମଧ୍ୟ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ସେହି ସ୍ଥାନ ବିଷୟରେ ..

ଆପଣମାନେ ନିଶ୍ଚୟ ସମାଧି ଦେଖିଥିବେ କିନ୍ତୁ ଆପଣମାନେ କ‘ଣ କେବେ ଗାଡ଼ିର ସମାଧି ଦେଖିଛନ୍ତି ? ଆଜ୍ଞା ହଁ ଏକଥା ଆପଣ ମାନଙ୍କୁ ମିଛ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ । ବେଲଜିୟମର ଦକ୍ଷିଣ ଭାଗରେ ଚଟିଲେନ୍‌ ନାମକ ଏକ ସ୍ଥାନ ରହିଛି ସେହି ଜଙ୍ଗଲରେ ବହୁତ ସଂଖ୍ୟାରେ ଗାଡ଼ି ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ତେବେ ସେହି ଗାଡ଼ି ଗୁଡ଼ିକର ଏପରି ଅବସ୍ଥା ରହିଛି ସେଥିରେ ବିଭିନ୍ନ ଅନାବନା ଗଛ  ଉଠିବାର ନଜିର ରହିଛି । ତେବେ ଏହି ଗାଡ଼ି ପଛର କାହାଣୀ ମଧ୍ୟ ରହିଛି ଯାହା ଆପଣମାନେ ଜାଣିଲେ ତାଜୁବ ହୋଇଯିବେ ।

କିଛି ଲୋକଙ୍କ କହିବା ଅନୁଯାୟୀ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ଆମେରିକୀୟ ସୈନ୍ୟ ଯେତେବେଳେ ଆସିଥିଲେ ସେମାନେ ଆଗକୁ ଯିବାକୁ ରାସ୍ତା ପାଇନଥିଲେ । ସେହି ସମୟରେ ତାଙ୍କୁ ଚେତାବନୀ ମିଳିଥିଲା ଯେ ସମସ୍ତ ସୈନିକ ତୁରନ୍ତ ସେହି ସ୍ଥାନ ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ । କିନ୍ତୁ ଗାଡ଼ି ନେଇ କୌଣସି ସୁରକ୍ଷିତ ସ୍ଥାନକୁ ଯିବା ତାଙ୍କ ପକ୍ଷରେ ସମ୍ବବ ନଥିଲା  । ସେଥିପାଇଁ ସେ ଏହି ଗାଡ଼ି ଗୁଡ଼ିକ ଛାଡ଼ି ବଙ୍କର୍ସରେ ପଳାଇଯାଇଥିଲେ । ସେମାନେ ଭାବିଥିଲେ ଯେ ପରେ ଆସି ନିଜ ଗାଡ଼ି ଆମେରିକା ନେଇଯିବେ । କିନ୍ତୁ ଗାଡ଼ିର ଦାମ ଅନୁସାରେ ଗାଡ଼ିକୁ ଆମେରିକା ଫେରାଇ ନେବା ଖର୍ଚ୍ଚ ଅଧିକ ରହିଥିଲା  ।

ବହୁବର୍ଷ ବିତିଯାଇଥିଲେ ମଧ୍ୟ ସେହିଦିନଠାରୁ ଆଜିଯାଏଁ ଗାଡ଼ି ଗୁଡ଼ିକ ରାସ୍ତାରେ ସେପରି ଛିଡ଼ା ହୋଇ ରହିଛି,ସେ ଦୃଶ୍ୟ  ଦେଖି ଏମିତି ଲାଗୁଛି ଟ୍ରାଫିକ ଜାମରେ ଗାଡ଼ି ଗୁଡ଼ିକ ଫସିଯାଇଛି । ତେବେ କୁହାଯାଉଛି ସେହି ଗାଡ଼ିର ସଂଖ୍ୟା ୫୦୦ ରୁ ଊର୍ଦ୍ଧ୍ବ ହେବ।

Leave A Reply

Your email address will not be published.