ନୂଆଦିଲ୍ଲୀ: ବିମାନରେ ବସିବାକୁ ରଖୁଛନ୍ତି କି ସଉକ? ବୁଲିବା ପାଇଁ ଏଇ ସବୁ ଜାଗାକୁ ଯାଉଛନ୍ତି କି ? କାରଣ ବିମାନରେ ଏସବୁ ଜାଗାକୁ ଯାଉଥିଲେ ଜୀବନ ପ୍ରତି ରହିଛି ବିପଦ!
ଆଜ୍ଞା ହଁ, ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ୍ ଘଟଣା ସମସ୍ତ ଜାଣିଛନ୍ତି। କେମିତି ମାତ୍ର କେଇଁ ସେକେଣ୍ଡରେ କେତେ ଜୀବନ ଯାଇଛି। ଆଉ ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କୁ ହତବାକ କରିଛି। ବିମାନଟି ଉଡିବାକୁ ହେଉ ବା ଓହ୍ଲାଇବାକୁ ହେଉ, ଯେଉଁ ରାସ୍ତା ଉପରେ ନିର୍ଭର କରେ ତାକୁ କୁହନ୍ତି ରନୱେ। ଆକାଶରେ ବିମାନକୁ ପାଇଲଟ ଉଡାଇବା ଯେତିକି ସହଜ ତାଠୁ ଅଧିକ କଷ୍ଟ ଟେକ୍ ଅପ୍ ଓ ଲ୍ୟାଣ୍ଡିଂ ବେଳେ। କୁହାଯାଏ ଯଦି ପାଇଲଟ ଟିକିଏ ଏପଟ ସେପଟ କଲେ ତାହେଲେ ଅନେକ କିଛି ଅଘଟଣ ଘଟିଯିବ, ତାହା କେହି କେବେ ଭାବନ୍ତି ନାହିଁ। ଆମେ ଏଭଳି କିଛି ରନୱେର ନାଁ କହୁଛୁ ଯାହା କିଛି ବର୍ଷ ମଧ୍ୟରେ ଜୀବନ ନେଇଛି।
ମିଜୋରାମର ଲେଙ୍ଗପୁଇ ଏୟାରପୋର୍ଟ ହେଉଛି ଭାରତର ଅନ୍ୟତମ ଖତରନାକ ବିମାନବନ୍ଦର। ଏହାର ଉଭୟ ପାର୍ଶ୍ୱରେ ଗଭୀର ଉପତ୍ୟକା ରହିଛି ଏବଂ ରନୱେ ତଳେ ପାଣି ବହୁଛି। ଏହି ରନୱେରେ ବିମାନ ଅବତରଣ କରାଇବା ପାଇଲଟଙ୍କ ପାଇଁ ଅତ୍ୟନ୍ତ କଷ୍ଟକର।
ସେହିପରି ଅନ୍ୟ ଏକ ଡେଞ୍ଜର ଏୟାରପୋର୍ଟ ହେଉଛି ଜମ୍ମୁ ଓ କାଶ୍ମୀରର ଲେହର କୁଶୋକ ବାକୁଲା ରିମ୍ପୋଚୀ ଏୟାରପୋର୍ଟ। ଏହା ଏକ ଟେବୁଲଟପ୍ ବିମାନବନ୍ଦର। ଏହା ବିଶ୍ୱର ସର୍ବାଧିକ ଉଚ୍ଚତାରେ ଅବସ୍ଥିତ ଏୟାରପୋର୍ଟ ମଧ୍ୟରୁ ଅନ୍ୟତମ। ଚାରିପଟେ ପାହାଡ଼ ଓ ବରଫ ଘେରି ରହିଥିବା ଏହି ରନୱେରେ ବିମାନ ଅବତରଣ ଓ ଉଡ଼ାଣ ଏକ ବଡ଼ ଚ୍ୟାଲେଞ୍ଜ।
ହିମାଚଳ ପ୍ରଦେଶର କାଙ୍ଗଡ଼ାସ୍ଥିତ ଗଗ୍ଗଲ ଏୟାରପୋର୍ଟ ୨୪୯୨ ଫୁଟ ଉଚ୍ଚତାରେ ରହିଛି। ଖରାପ ପାଗ ଯୋଗୁଁ ଏହି ରନୱେରେ ବିମାନ ଅବତରଣ କରାଇବା ଏତେ ସହଜ ନୁହେଁ। ସେହିପରି କେରଳର କୋଝିକୋଡ଼ ଏୟାରପୋର୍ଟ, ଯାହାକୁ ପୂର୍ବରୁ କାଲିକଟ ଏୟାରପୋର୍ଟ ବୋଲି ମଧ୍ୟ କୁହାଯାଉଥିଲା। ଏହା ଆରବ ସାଗର କୂଳରେ ରହିଛି। ଖରାପ ପାଗ ହେଲେ ଏହି ରନୱେକୁ ବନ୍ଦ କରାଯାଏ।
ଲାକ୍ଷଦ୍ୱୀପ ଏୟାରପୋର୍ଟ ବିଶାଳ ମହାସାଗରରେ ରହିଛି। ଏହା ଦୃଶ୍ୟତଃ ଅତି ସୁନ୍ଦର ହେଲେ ମଧ୍ୟ, ଟେକ୍ଅଫ୍ ଓ ଅବତରଣ ସମୟରେ ପାଇଲଟ ଓ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି ହୁଏ। ଏହା ଲକ୍ଷଦ୍ୱୀପକୁ ଭାରତୀୟ ମୁଖ୍ୟ ଭୂଖଣ୍ଡ ସହ ସଂଯୋଗ କରୁଥିବା ଏକମାତ୍ର ବିମାନବନ୍ଦର।
ହିମାଚଳ ପ୍ରଦେଶର ଭୁନ୍ତରସ୍ଥିତ କୁଲ୍ଲୁ ଏୟାରପୋର୍ଟ ଏକ ଘରୋଇ ବିମାନବନ୍ଦର। ବ୍ୟାସ ନଦୀ କୂଳରେ ନିର୍ମିତ ଏହି ଏୟାରପୋର୍ଟର ରନୱେ ଅତ୍ୟନ୍ତ ଛୋଟ ଏବଂ ପାଖରେ ଗଭୀର ଖାଇ ରହିଛି, ଯାହା ଏହାକୁ ଖତରନାକ କରିଥାଏ।
ମାଙ୍ଗାଲୋର ଏୟାରପୋର୍ଟ ମଧ୍ୟ ଏକ ଟେବୁଲଟପ୍ ବିମାନବନ୍ଦର। ଏହି ରନୱେରେ ଟେକ୍ଅଫ୍ ଓ ଅବତରଣ ଅତ୍ୟନ୍ତ କଠିନ। ୨୦୧୦ ମସିହା ମେ’ରେ ଏଠାରେ ଏୟାର ଇଣ୍ଡିଆର ଏକ ବିମାନ ରନୱେରୁ ଆଗକୁ ଚାଲିଯାଇ ପାହାଡ଼ୀ ତଳକୁ ଖସି ପଡ଼ିଥିଲା ଓ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୧୬୬ ଜଣ ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୮ ଜଣ ବଞ୍ଚିଥିଲେ।
ଏହି ବିମାନବନ୍ଦରଗୁଡ଼ିକରେ ପାଇଲଟଙ୍କ ଦକ୍ଷତା ଓ ସତର୍କତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସତ୍ତ୍ୱେ, ଏହି ରନୱେଗୁଡ଼ିକ ଭାରତର ଦୁର୍ଗମ ଅଞ୍ଚଳଗୁଡ଼ିକୁ ସଂଯୋଗ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।
Comments are closed.