ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି G-7 ଶିଖର ସମ୍ମିଳନୀରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ବହୁତ ଗୁରୁତ୍ୱପୂର୍ଣ୍ଣ। ଅନେକ କାନାଡିଆନ୍ କମ୍ପାନୀ ଭାରତରେ ନିବେଶ କରିଛନ୍ତି। ଭାରତର ଲୋକଙ୍କର ମଧ୍ୟ କାନାଡିଆନ୍ ମାଟିରେ ଏକ ବଡ ନିବେଶ ଅଛି। ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସମର୍ପିତ କାନାଡା ଏବଂ ଭାରତକୁ ଗଣତନ୍ତ୍ର ଏବଂ ମାନବତାକୁ ସୁଦୃଢ଼ କରିବା ପାଇଁ ଏକାଠି କାମ କରିବାକୁ ପଡିବ।
୨୦୨୫ ମେ ମାସରେ କାର୍ନି ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା।
କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, “ଆପଣ ଭାରତକୁ G7 ରେ ନିମନ୍ତ୍ରଣ କରିଥିବାରୁ ମୁଁ ଆପଣଙ୍କ ପ୍ରତି ବହୁତ କୃତଜ୍ଞ ଏବଂ ମୁଁ ଭାଗ୍ୟବାନ ଯେ ୨୦୧୫ ପରେ ପୁଣି ଥରେ କାନାଡା ଗସ୍ତ କରିବାର ଏବଂ ଏଠାକାର ଲୋକଙ୍କ ସହିତ ଯୋଡି ହେବାର ସୁଯୋଗ ପାଇଛି।”
ସେପଟେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆତିଥ୍ୟ ଦେବା ଏକ ମହାନ ସମ୍ମାନ। ଆମେ ମିଳିତ ଭାବରେ ଶକ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାମ କରିବା ସହ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିବୁ ।
Had an excellent meeting with Prime Minister Mark Carney. Complimented him and the Canadian Government for successfully hosting the G7 Summit. India and Canada are connected by a strong belief in democracy, freedom and rule of law. PM Carney and I look forward to working closely… pic.twitter.com/QyadmnThwH
— Narendra Modi (@narendramodi) June 17, 2025
ପ୍ରଧାନମନ୍ତ୍ରୀ ମୋଦୀ G7 ଶିଖର ସମ୍ମିଳନୀରେ ଆତଙ୍କବାଦ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଏହି ବିଶେଷ ଅବସରରେ ସେ କହିଛନ୍ତି ଯେ, ଆତଙ୍କବାଦ ମାନବତାର ଶତ୍ରୁ। ଏହା ସେହି ସମସ୍ତ ଦେଶ ବିରୁଦ୍ଧରେ ଯେଉଁଠାରେ ଗଣତାନ୍ତ୍ରିକ ବ୍ୟବସ୍ଥା ଅଛି।
ଆତଙ୍କବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆତଙ୍କବାଦ ଉପରେ ଦ୍ୱୈତ ମାନଦଣ୍ଡ ପାଇଁ କୌଣସି ସ୍ଥାନ ରହିବା ଉଚିତ୍ ନୁହେଁ। ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପହଲଗାମ ଉପରେ ଆକ୍ରମଣ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମା,ପରିଚୟ ଏବଂ ସମ୍ମାନ ଉପରେ ମଧ୍ୟ ଆକ୍ରମଣ ଥିଲା। ଏହା ସମଗ୍ର ମାନବତା ଉପରେ ଆକ୍ରମଣ ଥିଲା।”
ଆତଙ୍କବାଦକୁ ମାନବତାର ଶତ୍ରୁ ବୋଲି କହି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆତଙ୍କବାଦ ମାନବତାର ଶତ୍ରୁ। ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖୁଥିବା ସମସ୍ତ ଦେଶ ବିରୁଦ୍ଧରେ। ବିଶ୍ୱ ଶାନ୍ତି ଏବଂ ସମୃଦ୍ଧି ପାଇଁ, ଆମର ଚିନ୍ତାଧାରା ଏବଂ ନୀତି ସ୍ପଷ୍ଟ ହେବା ଆବଶ୍ୟକ। ଯଦି କୌଣସି ଦେଶ ଆତଙ୍କବାଦକୁ ସମର୍ଥନ କରେ, ତେବେ ତାକୁ ଏହାର ମୂଲ୍ୟ ଦେବାକୁ ପଡିବ।”
ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶକୁ ନେଇ ମୋଦୀ କହିଛନ୍ତି, “ଗୋଟିଏ ପଟେ, ଆମେ ଆମର ପସନ୍ଦ ଆଧାରରେ ସମସ୍ତ ପ୍ରକାରର ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ। ଅନ୍ୟପଟେ, ଯେଉଁ ଦେଶଗୁଡ଼ିକ ଖୋଲାଖୋଲି ଭାବରେ ଆତଙ୍କବାଦକୁ ସମର୍ଥନ କରନ୍ତି ସେମାନଙ୍କୁ ପୁରସ୍କୃତ କରାଯାଏ।”
Concluding a productive Canada visit. Thankful to the Canadian people and Government for hosting a successful G7 Summit, which witnessed fruitful discussions on diverse global issues. We remain committed to furthering global peace, prosperity and sustainability.
— Narendra Modi (@narendramodi) June 18, 2025
Outstanding conversations with two dear friends, President Ramaphosa of South Africa and President Lula of Brazil.
We are unwavering in our commitment to speaking about issues that matter to the Global South. We are equally determined to do whatever it takes to build a better… https://t.co/0ebf5FkPuy
— Narendra Modi (@narendramodi) June 17, 2025
ଏଥିସହ ମୋଦୀ G-7 ଶିଖର ସମ୍ମିଳନୀ ଅବସରରେ ଦକ୍ଷିଣ କୋରିଆ, ମେକ୍ସିକୋ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ନେତାମାନଙ୍କୁ ଭେଟିଥିଲେ।
Comments are closed.