Latest Odisha News

BREAKING NEWS

ଦୁନିଆର ସବୁଠୁ ଦାମୀ ପାରା, ଦାମ୍ ୧୪ କୋଟି ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦୁନିଆ ଜାଣିଛି, ଦିନ ଥିଲା ପାରା ସାଜିଥିଲେ ପୋଷ୍ଟମ୍ୟାନ୍ । ରାଜାମହାରାଜ ଅମଳରୁ ଆରମ୍ଭ କରି ଚଳଚ୍ଚିତ୍ରରେ ବି ଏହାର ପ୍ରମାଣ ରହିଛି । ହେଲେ ଏବେ ବଡବଡ ବିଲ୍ଡିଂରେ ସେମାନଙ୍କୁ ବସା ବାନ୍ଧି ରହିବାରେ ଦେଖିବାକୁ ମିଳେ । ହେଲେ ଏହି ପକ୍ଷୀଙ୍କ ଦାମ ଯେ କୋଟିକୋଟି ଟଙ୍କା ତାହା ଆପଣ ବୋଧ ହୁଏ କେବେ କଳ୍ପନା କରିଥିବେ । ନିକଟରେ ବେଲ୍‌ଜିୟମ୍‌ରେଏକ ନିଲାମୀ ହୋଇଥିଲା । ଯେଉଁଥିରେ ଏକ ମାଈ ପାରା ୧୪ କୋଟିରୁ ଅଧିକ ଟଙ୍କାରେ କ୍ରୟ ହୋଇଥିଲା ।

ନ୍ୟୁଜ ଏଜେନ୍ସି ର‌୍ୟୁଟର୍ସର ରିପୋର୍ଟ ଅନୁଯାୟୀ ବିକ୍ରି ହୋଇଥିବା ୨ ବର୍ଷ ବୟସର ମାଈ ପାରାର ନାଁ ହେଉଛି ନ୍ୟୁ କିମ । ପ୍ରାୟ ୧୯ ଲକ୍ଷ ଡଲାରରେ ଏହାକୁ ଚାଇନାର ଜଣେ ବ୍ୟକ୍ତି କିଣିଥିଲେ । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ହେଉଛି ୧୪କୋଟି ୧୫ଲକ୍ଷ ଟଙ୍କା । ଏପରି ଦାମ୍ ଦେଖି ଖୋଦ ପାରାର ମାଲିକ ବି ତାଜୁବ ହୋଇଯାଇଥିଲେ ।

୨ ବର୍ଷ ବୟସର ପାରା ନ୍ୟୁ କିମ୍ ଅନେକ ପ୍ରତିଯୋଗୀତାରେ ବିଜୟୀ ହୋଇଥିଲା । ଯେଉଁଥିରେ ନ୍ୟାସନାଲ୍ ମିଡିଲ୍ ଡିଷ୍ଟାନ୍ସ ରେସ୍ ବି ସାମିଲ ଅଛି । ଏହାପରେ ସେହି ପାରା ସମସ୍ତ ପ୍ରକାର ପ୍ରତିଯୋଗୀତାରୁ ସନ୍ୟାସ ଗ୍ରହଣ କରିଥିଲା ।

ସାଧାରଣତଃ ଏହି ପ୍ରଜାତିର ପାରା ୧୦ ବର୍ଷ ପର୍ଯ୍ୟନ୍ତ ପ୍ରଜନନ କରିଥାନ୍ତି । ବୋଧ ହୁଏ ପ୍ରଜନନ କରାଇବା ଉଦ୍ଦେଶ୍ୟରେ ଚାଇନାର ବ୍ୟକ୍ତି ଜଣକ ମୋଟା ଅଙ୍କର ଅର୍ଥ ଦେଇ ପାରାଟିକୁ କିଣିଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଚାଇନାରେ ପାରା ଦୌଡ ବା ରେସ୍ ବହୁଳ ମାତ୍ରାରେ ପପୁଲାର୍ ହୋଇଛି ।

Leave A Reply

Your email address will not be published.