Latest Odisha News

BREAKING NEWS

ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ସାମିଲ ହେଲା ମହିଳା କ୍ରିକେଟ, ଅଂଶଗ୍ରହଣ କରିବ ୮ ଟିମ୍

ଲଣ୍ଡନ: ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ ମହିଳା କ୍ରିକେଟ ଖେଳ ସାମିଲ ହେବ । ୧୯୯୮ରେ କୁଆଲାଲୁମ୍ପରରେ କ୍ରିକେଟକୁ ସାମିଲ କରାଯାଇଥିଲା । ଏଥିରେ କେବଳ ପୁରୁଷ ଦଳ ଅଂଶଗ୍ରହଣ କରିଥିଲେ । ଆୟୋଜକ ଦେଶ ଭାବେ ଇଂଲଣ୍ଡ ମହିଳା ଦଳ ଏଥିପାଇଁ ଯୋଗ୍ୟତା ହାସଲ କରିସାରିଛି ।

ଏପ୍ରିଲ ୨୦୨୧ ପରେ ମହିଳା ବିଶ୍ୱ କ୍ରିକେଟ ର‌୍ୟାଙ୍କିଙ୍ଗରେ ଥିବା ଶ୍ରେଷ୍ଠ ୬ଟି ଟିମକୁ ସୁଯୋଗ ମିଳିବ । ୮ମ ଟିମ୍ ଭାବେ ରାଜ୍ୟଗୋଷ୍ଠୀ ଗେମ୍ସ କ୍ୱଲିଫାୟରରେ ବିଜେତାକୁ ଯୋଗ୍ୟତା ମିଳିବ । ଏଥିନେଇ ଟିମ୍ ଚୟନ ପରେ କରାଯିବ । ସମସ୍ତ ମ୍ୟାଚ ଏଜବେଷ୍ଟନ ପଡିଆରେ ଖେଳାଯିବ ।

Leave A Reply

Your email address will not be published.