Latest Odisha News

BREAKING NEWS

ବିବାହ ପୋଷାକ ପିନ୍ଧି ହୋଟେଲ ଖାଇବାକୁ ଗଲେ ମାଙ୍କ ସହ ୬ ଝିଅ

ଉଭୟ ପିତାମାତା ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର । କିନ୍ତୁ ସେମାନେ ମାଆ ସହିତ ଯେତେ ଜଡ଼ିତ, ପିତାଙ୍କ ସହିତ ସେତେ ଜଡ଼ିତ ହୋଇ ନଥାନ୍ତିି । ଏହି କାରଣରୁ, ସେମାନେ ନିଜ ମାଙ୍କ ସହିତ ଏକାଠି ବହୁତ ମଜା କରନ୍ତି । ସେହିପରି ମା ଏବଂ ଝିଅ ସାଙ୍ଗ ପରି ମିଶିଥାନ୍ତିି । ଏବେ ଜଣେ ମହିଳା ତାଙ୍କର ୬ ଝିିଅଙ୍କ ସହ ବିବାହ ଡ଼୍ରେସ ପିନ୍ଧି ରାସ୍ତାରେ ଚାଲି ଚାଲି ରାତ୍ରି ଭୋଜନ ପାଇଁ ହୋଟେଲକୁ ଯାଇଥିଲେ, ଯାହାକୁ ଦେଖି ଲୋକେ ଖୁବ୍ ପ୍ରଶଂସା କରିଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ଆଲେକ୍ସସ୍ ହ୍ୟୁଷ୍ଟନ୍ ନାମକ ଜଣେ ମହିଳା ଏହି ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ମା ଏବଂ ଭଉଣୀମାନଙ୍କ ସହିତ ବିବାହ ପୋଷାକରେ ନଜର ଆସିଛନ୍ତି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ମାଙ୍କଠାରୁ ଆରମ୍ଭ କରି ସମସ୍ତ ଭଉଣୀମାନେ ବିବାହ ଗାଉନରେ ଅଛନ୍ତି, ଯାହାକୁ ସେମାନେ ନିଜ ବିବାହ ସମୟରେ ପିନ୍ଧିଥିଲେ । ସମସ୍ତେ ବିବାହ ପୋଷାକରେ ଏକାଠି ରାସ୍ତାରେ ଯାଉଥିବାର ନଜର ଆସିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ଧରିିଛନ୍ତି ।

ଏହିପରି ପୋଷାକରେ ୬ ଝିଅଙ୍କୁ ସେମାନଙ୍କ ମାଆଙ୍କ ସହିତ ଦେଖିବା ଏକ ନିଆରା ଅନୁଭୂତି । ଏକାଠି ହୋଟେଲକୁ ଯାଇ ବିଭିନ୍ନ ଖାଦ୍ୟ ଖାଇଥିଲେ । ଏହି ସମୟରେ ଖୁବ୍ ମଜା କରିବା ସହ ଖୁସି ଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ଏପରି ବେଶରେ ଦେଖି ଲୋକେ ବି ଆକର୍ଷିତ ହୋଇଥିଲେ ଓ ପ୍ରଶଂସା ବି କରିଛନ୍ତି । ଆଉ କିଛି ଲୋକ ସେମାନଙ୍କ ସହ ସେଲ୍‌ଫି ବି ନେଇଥିଲେ ।

Leave A Reply

Your email address will not be published.