Latest Odisha News

BREAKING NEWS

ମଲା ବାଛୁରୀକୁ ଝୁରି ଝୁରି ଗାଡ଼ି ପଛରେ ଧାଉଁଛି ମା ଗାଈ

ଭୁବନେଶ୍ୱର: ସୃଷ୍ଟିର କଲ୍ୟାଣ ପାଇଁ ମା ର ଜନ୍ମ  । ସନ୍ତାନର ସୁଖରେ ସେ ପାଏ ପରମ ଆନନ୍ଦ । ଏହା କେବଳ ମଣିଷ ମାନଙ୍କ କ୍ଷେତ୍ରରେ ଦେଖାଯାଏ ନାହିଁ । ପଶୁମାନଙ୍କ ନିକଟରେ ମଧ୍ୟ ଦେଖାଯାଏ । ଏମିତି ଏକ ଘଟଣା ଦେଖିବାକୁ ମିଳଛି ରାଜଧାନୀରେ ।  ମା ଗାଈଟି ଛୁଆ ବାଛୁରୀର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନି । ତା ଛୁଆକୁ ସେ ଝୁରୁଛି । ଦୁର୍ଘଟଣା ପରେ ବାଛୁରୀ ପଛରେ ଧାଇଁଛି ମେ ଗାଈ । ଏଭଳି ଭିଡିଓ ଏବେ ଭାଇରାଲ ହେଉଛି ।

ଇନଫୋସିଟି ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିବା ବାଛୁରୀଟିର ମୃତ୍ୟୁ ହୋଇଛି । ଆଉ ଏହି ବାଛୁରୀଟିକୁ ଅନ୍ତିମ ସଂସ୍କାର ପାଇଁ ଏକ ଗାଡ଼ିରେ ନିଆଯାଉଥିବା ବେଳେ ତା’ ମା’ ଗାଡ଼ି ପଛେ ପଛେ ଧାଉଁଥିବାର ଦେଖିବାକୁ ମିଳିଛି । ସତରେ’ ମା’ ମମତାର ତୁଳନା ନାହିଁ । ସେ ମଣିଷ ହେଉ କି ପଶୁ ମା’ ମମତା ଆଗରେ ସବୁ କିଛି ତୁଛ ।

ଗତ ୧୫ ତାରିଖ ଦିନ ବାଛୁରୀଟିକୁ ଏକ କାର ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ପରେ ଆନିମଲ ପ୍ରୋଟେକ୍ସନର ସଦସ୍ୟ ମାନେ ବାଛୁରୀକୁ ଚିକିତ୍ସା ପାଇଁ ନେଇଥିଲେ । ସେହି ସମୟରେ ମଧ୍ୟ ଗାଈ  ତା ପଛେ ପଛେ ଦୌଡ଼ି ଯାଉଥିବାର ଚିତ୍ର ଦେଖିବାକୁ ମିଳିଥିଲା । ଦୁଇ ଜଣ ଯୁବକ ପିଲା ବାଛୁରୀଟିକୁ ଏକ ସ୍କୁଟିରେ ନେଇ ମେଡ଼ିକାଲ ଯାଉଥିବା ବେଳେ ମା’ ଗାଈ ତା ପଛେ ପଛେ ଦୌଡ଼ିଥିଲା ।

ଆଉ ଆଜି ଛୁଆ ବାଛୁରୀଟିର ମୃତ୍ୟୁ ହୋଇଯାଇଥିବା ବେଳେ ମା’  ଗାଈ ତା ଛୁଆକୁ ନିଜ ଠାରୁ ଦୁରେଇବାକୁ ଚାହୁଁନାହିଁ ।

Leave A Reply

Your email address will not be published.