Latest Odisha News

BREAKING NEWS

ଟି୨୦ ବିଶ୍ୱକପ ଟିମରେ ସାମିଲ ହେବେ କି ସାମି

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଘୋଷଣା ସରିଛି । ଏଥିରେ ସିନିୟର ପେସ ବୋଲର ମହମ୍ମଦ ସାମିଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳି ନ ଥିବାରୁ ସମୀକ୍ଷକମାନେ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ତେବେ ସାମିଙ୍କୁ ଟି୨୦ ବିଶ୍ୱକପ ଦଳରେ ସାମିଲ କରିବା ନେଇ ଏବେ ବି ସୁଯୋଗ ରହିଛି । ଜନୈକ ବିସିସିଆଇ ଅଧିକାରୀଙ୍କ ମତରେ ସେଥିପାଇଁ ସାମିଙ୍କୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳରେ ସାମିଲ କରାଯାଇଛି । ଯଦି ସେ ଏହି ଦୁଇ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରନ୍ତି ତାହାହେଲେ ଟି୨୦ ବିଶ୍ୱକପ ଦଳରେ ବି ତାଙ୍କୁ ସାମିଲ କରାଯାଇପାରେ । ନିୟମ ଅନୁସାରେ ବିଶ୍ୱକପ ଆରମ୍ଭ ହେବାର ଠିକ ସପ୍ତାହ ପୂର୍ବରୁ ସମସ୍ତ ଟିମ ଶେଷ ଥର ପାଇଁ ସେମାନଙ୍କ ଚୂଡାନ୍ତ ଖେଳାଳି ତାଲିକାରେ ପରିବର୍ତନ କରିପାରିବେ । ଏଥିପାଇଁ ବିସିସିଆଇକୁ ଟୁର୍ଣ୍ଣାମେଂଟ ଡାଇରେକ୍ଟରଙ୍କ ନିକଟରୁ ଆଗୁଆ ଅନୁମତି ନେବାକୁ ପଡିବ ।

ତେବେ ସାମି କାହା ସ୍ଥାନରେ ଦଳରେ ସାମିଲ ହେବେ ତାହା ଚୟନ କମିଟି ପାଇଁ ମୁଣ୍ଡ ବ୍ୟାଥାର କାରଣ ହେବ । ଏସିଆ କପରେ ବୋଲରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଭୁବନେଶ୍ୱର କୁମାର ଯଦି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ପ୍ରଦର୍ଶନ ନ କରିପାରନ୍ତି ତାହାହେଲେ ତାଙ୍କ ସ୍ଥାନରେ ସାମିଙ୍କୁ ସାମିଲ କରାଯାଇପାରେ । ଅନ୍ୟ ଅର୍ଥରେ ଏହି ସିରିଜ ଭୁବନେଶ୍ୱର ଓ ସାମିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

Leave A Reply

Your email address will not be published.