Latest Odisha News

BREAKING NEWS

ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ଶିଶୁକୁ ମାରି ଜଙ୍ଗଲରେ ପୋତିଦେଲେ

ମାଲକାନଗିରି  : ନବଜାତ ଶିଶୁକୁ ହତ୍ୟା ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମ୍‌ପିଭି-୮୩ ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାଲକାନଗିରି ମୋଟୁ ଥାନା ଏମପିଭି ୮୩ ଗାଁର ବିନୋଦ ପାଇକ ଓ ଶ୍ୟାମଳା ପାଇକଙ୍କର ଜୁଲାଇ ୨ରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ତେବେ ଶିଶୁଟିକୁ ହତ୍ୟା କରାଯିବା ସହ ମୃତଦେହକୁ ପାଖ ଜଙ୍ଗଲରେ ପୋତି ଦେଇଥିବା କିଛି ଲୋକେ ସୂଚନା ପାଇଥିଲେ । ଏନେଇ ମୋଟୁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

ମୋଟୁ ପୋଲିସ ଆସି ଘଟଣା ସ୍ଥଳରେ ପୋତା ଯାଇଥିବା ଶିଶୁର ମୃତ ଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି l ତେବେ କେଉଁ କାରଣରୁ ଏଭଳି ଘଟିଛି ତାହା ସ୍ପଷ୍ଟ ହୋଇ ନଥିଲା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.