Latest Odisha News

BREAKING NEWS

ମମତା ବାନାର୍ଜୀ ସରକାରର ୮ ଆଇପିଏସଙ୍କୁ ସମନ କଲା ଇଡି, ଜେରା ପାଇଁ ଦିଲ୍ଲୀ ଆସିବାକୁ ନିର୍ଦ୍ଦେଶ

କୋଲକାତା: ଇଡି ପଶ୍ଚିମବଙ୍ଗର ୮ ଜଣ ଆଇପିଏସ ଅଧିକାରୀଙ୍କୁ ସମନ କରିଛି। ସମସ୍ତଙ୍କୁ ପଚରାଉଚରା ପାଇଁ ଇଡି ଦିଲ୍ଲୀ ଡକାଯାଇଛି। କୋଇଲା ଘୋଟାଲା ସଂପର୍କରେ ଏହି ପୋଲିସ ଅଧିକାରୀଙ୍କୁ ଇଡି ପଚରାଉଚରା କରିବ ବୋଲି ସୂଚନା ରହିଛି। ବେଆଇନ କୋଇଲା ଖନନ ସମୟରେ ଏହି ଅଧିକାରୀଙ୍କ ପୋଷ୍ଟିଂ ସେହିଠାରେ ହୋଇଥିବା ସୂଚନା ରହିଛି। କିନ୍ତୁ ଘୋଟାଲା ହେଉଛି ଜାଣି ସତ୍ତ୍ୱେ ନିଜ ପକ୍ଷରୁ କୌଣସି ପଦକ୍ଷେପ ନେଇ ନଥିଲେ।

ପଶ୍ଚିମବଙ୍ଗରେ ବିଭିନ୍ନ ଦୁର୍ନୀତି ଓ ହିଂସା ମାମଲାରେ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି। ଏଥିମଧ୍ୟରେ କୋଇଲା ଚୋରା ଚାଲାଣ ମାମଲା ଏବଂ ଶିକ୍ଷକ ନିଯୁକ୍ତି ଦୁର୍ନୀତି ରହିଛି। ଗତ ବର୍ଷ ମଧ୍ୟ ସିବିଆଇ ତିନିଜଣ ଆଇପିଏସ୍ ଅଧିକାରୀଙ୍କୁ ଦିଲ୍ଲୀକୁ ପଚରାଉଚରା ପାଇଁ ଡକାଇଥିଲା।

ଶିକ୍ଷକ ନିଯୁକ୍ତି ଦୁର୍ନୀତିର ଯାଞ୍ଚ କରୁଥିବା ଇଡି ନିକଟରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା। ଅର୍ପିତାଙ୍କଠାରୁ କୋଟି କୋଟି ଟଙ୍କାର ନଗଦ ଟଙ୍କା ଜବତ କରାଯାଇଥିଲା। ଉଭୟଙ୍କୁ କୋଲକାତାର ଏକ ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଅଗଷ୍ଟ ୧୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ପରେ ଇଡିର ତଦନ୍ତ ରିପୋର୍ଟ ଆଧାରରେ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଥିଲେ।

ପୂର୍ବତନ ମନ୍ତ୍ରୀଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରି ଚାଟାର୍ଜୀ ଏବଂ ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଜେଲକୁ ପଠାଇ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ କହିଛନ୍ତି ଯେ ଅଭିଯୋଗ ଗୁରୁତର । ଅଭିଯୁକ୍ତଙ୍କୁ ଇଡି ଜଗିବା ସମୟରେ ବିପୁଳ ପରିମାଣର ନଗଦ ଟଙ୍କା, ସୁନା, ସମ୍ପତ୍ତି କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଅନ୍ୟାନ୍ୟ ଦଲିଲ ମିଳିଛି ।

Leave A Reply

Your email address will not be published.