Latest Odisha News

BREAKING NEWS

ପୋଷ୍ଟର ମାରିଥିବା ବନ୍ଧୁଙ୍କୁ ଧନ୍ୟବାଦ: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ନିଜ ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ପୋଷ୍ଟର ଲଗାଇଥିବାରୁ ବନ୍ଧୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହ ସେ କହିଥିଲେ ଯେ, ‘ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି ସଂସଦର ଅଧିବେଶନରେ ଭାଗ ନେବି । ଏଥର ଗଳିଗଳିରେ ପୋଷ୍ଟର ଲଗାନ୍ତୁ । ଯେଉଁମାନେ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ ।’

ବାଇ-ଲ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖିଛନ୍ତି ସାସଦ । ବାଇ-ଲ ପ୍ରତ୍ୟାହାର ପାଇଁ ସମସ୍ତେ ହାତ ମିଶାଇ କାମ କଲେ ସମାଧାନ ହୋଇପାରିବ । ଆଜି ମୁଁ ବିଜେପି କର୍ମୀ ନୁହେଁ, ବରଂ ସାଂସଦ ହିସାବରେ କଥା ହେଉଛି ବୋଲି ଅପରାଜିତା କହିଛନ୍ତି ।

Leave A Reply

Your email address will not be published.