Latest Odisha News

BREAKING NEWS

ବାଇ-ଲ ପ୍ରତ୍ୟାହାର ଦାବିରେ ଆସନ୍ତାକାଲି ସବୁ ମନ୍ଦିରରେ ଘଣ୍ଟ ବାଡ଼େଇ ପ୍ରତିବାଦ

ଭୁବନେଶ୍ବର : ଏକାମ୍ରକ୍ଷେତ୍ର ପାଇଁ ଏନ୍‌ଏମ୍‌ଏ ଚିଠା ବାଇ-ଲ ପ୍ରତ୍ୟାହାର ନେଇ ଜୋରଦାର ହେବାକୁ ଯାଉଛି ପ୍ରତିବାଦ । ନିଖିଳ ଓଡ଼ିଶା ସେବାୟତ କମିଟି ପକ୍ଷରୁ ଆସନ୍ତାକାଲି ରାଜ୍ୟର ସବୁ ମନ୍ଦିରରେ ଘଣ୍ଟ ଘଣ୍ଟା ମାଡ଼ କରି ପ୍ରତିବାଦ କରାଯିବ । ସକାଳ ୧୦ଟାରୁ ଏହି ପ୍ରତିବାଦ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡ଼ିଶା ସେବାୟତ କମିଟି ।

ଏନଏମଏ ବାଇ-ଲ’ ଶ୍ରୀଲିଙ୍ଗରାଜ ମନ୍ଦିର ଐତିହ୍ୟ କରିଡରକୁ ବାଧା ଦେବ । ତେଣୁ ଜାତୀୟ ସ୍ମାରକୀ ପ୍ରାଧିକରଣର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ସେବାୟତ । ଯାହାକୁ ନେଇ ଆସନ୍ତାକାଲି ଘଣ୍ଟ ଘଣ୍ଟାମାଡ ଜରିଆରେ ବାଇ-ଲ’କୁ ବିରୋଧ କରାଯିବା ନେଇ ନିଷ୍ପତ୍ତି ନେଇଛି ନିଖିଳ ଓଡ଼ିଶା ସେବାୟତ କମିଟି । ଏହି ଉପନିୟମ ଦ୍ବାରା ଭୁବନେଶ୍ବରର ୨ମନ୍ଦିର ପ୍ରଭାବିତ ହେବ । ସେହିପରି ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ମଧ୍ୟ ବାଇ-ଲ’ ଦ୍ବାରା ପ୍ରଭାବିତ ହେବ ।

ବିବାଦୀୟ ବାଇ ଲ’କୁ ପ୍ରତ୍ୟାହାର ଦାବିରେ କଂଗ୍ରେସ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଦସ୍ତଖତ ଅଭିଯାନ କରିଛି । ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ପ୍ରତିବାଦ କରିବା ସହ ରାଜଧାନୀବାସୀ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ ।

Leave A Reply

Your email address will not be published.