Latest Odisha News

BREAKING NEWS

ମଧ୍ୟପ୍ରଦେଶ ରାଜନୀତି: ଫ୍ଲୋର ଟେଷ୍ଟ ପୂର୍ବରୁ ବିଧାୟକଙ୍କ ହେବ କରୋନା ଟେଷ୍ଟ

ଭୋପାଲ: ସାରା ବିଶ୍ୱରେ କରୋନାକୁ ନେଇ ହାହାକାର ସୃଷ୍ଟି ହୋଇଛି । ଏହାର ପ୍ରଭାବ ଏବେ ମଧ୍ୟପ୍ରଦେଶ ରାଜନୀତି ଉପରେ ମଧ୍ୟ ପଡିଛି । ସୋମବାର କମଲନାଥ ସରକାରଙ୍କ ହେବାକୁ ଥିବା ଫ୍ଲୋର ଟେଷ୍ଟ ପୂର୍ବରୁ ଭୋପାଲ ଫେରିଥିବା ବିଧାୟକଙ୍କ କରୋନା ଟେଷ୍ଟ ହେବା ନେଇ ଦାବି ହୋଇଛି ।
ଆଜି ବସିଥିବା ମଧ୍ୟପ୍ରଦେଶ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏନେଇ ଆଲୋଚନା ହୋଇଛି । ଜୟପୁରରୁ ଫେରିଥିବା ବିଧାୟକଙ୍କ କରୋନା ପରୀକ୍ଷଣ କରାଯିବ । ଏହାସହ ହରିୟାଣା ଓ ବେଙ୍ଗାଲୁରୁରୁ ଯେଉଁ ବିଧାୟକମାନେ ଆସିବାର ଅଛି ସେମାନଙ୍କର ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୁଣି ଥରେ ରାଜ୍ୟର ରାଜନୀତି ସରଗରମ ହୋଇ ଉଠିଛି।

Leave A Reply

Your email address will not be published.