Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କଲେ ସାଂସଦ ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ସାଂସଦ ବିଗତ ଦୁଇ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର ଓ ପ୍ରଧାନମନ୍ତ୍ରୀ ଜନ ଔଷଧି ପରି ଯୋଜନା ବିଷୟରେ ଆଲୋଚନା କଲେ  । ଏହା ସହ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଅନେକ ପରାମର୍ଶ ନେଇଥିଲେ ।

ଭୁବନେଶ୍ୱରରେ NISER ଠାରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ  ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ଷଡ଼ଙ୍ଗୀ  ।

 

Leave A Reply

Your email address will not be published.