ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଜବରଦସ୍ତ ଫର୍ମରେ ଥିବା ଚେନ୍ନାଇ କ୍ରମାଗତ ଷଷ୍ଠ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଅପରପକ୍ଷରେ ଚେନ୍ନାଇକୁ ଅଟକାଇବା କ୍ଷମତା କେବଳ ମୁମ୍ବାଇ ନିକଟରେ ରହିଛି କହିଲେ ଭୁଲ ହେବ ନାହିଁ । ଉଭୟ ଟିମ୍ ମଧ୍ୟରେ ଓଭରାଲ ୩୦ ମ୍ୟାଚ ଖେଳାଯାଇଛି । ମୁମ୍ବାଇ ୧୮ ଏବଂ ଚେନ୍ନାଇ ୧୨ ମ୍ୟାଚରେ ବିଜୟ ହାସଲ କରିଛି ।
ଚେନ୍ନାଇ ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନ ଥିବା ବେଳେ ମୁମ୍ବାଇ ଜୟନ୍ତ ଯାଦବ ଓ ନାଥାନ କୁଲ୍ଟର ନୀଲଙ୍କ ସ୍ଥାନରେ ଧୱଲ କୁଲକର୍ଣ୍ଣୀ ଓ ଜୀମ ନୀଶନଙ୍କୁ ସାମିଲ କରିଛି ।
Comments are closed.