Latest Odisha News

BREAKING NEWS

ଧାୱନଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ, ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ୧୬୩ ରନର ଲକ୍ଷ୍ୟ

ଆବୁଧାବି: ଆଇପିଏଲ୍ ୨୭ ତମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧଓ୍ଵନ ଅପରାଜିତ ୬୯ ରନ୍ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ  ୧୬୩ ରନ୍‌ର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସକୁ  ଦେଇଛି । ଧଓ୍ଵନ ୫୨ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଆବୁଧାବିର ଶେଖ ଜୟେଦ୍ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଦିଲ୍ଲୀ ୨୦ ଓଭରରେ ୪ଟି ଓ୍ଵିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା ।

ଅଧିନାୟକ ଶ୍ରେସୟ ଆୟର ୩୩ଟି ବଲ ଖେଳି ୪୨ ରନ୍ ସଂଗ୍ରହ କରିଥିଲେ । ପୃଥ୍ଵୀ ସ ୪ ରନ୍‌, ଆଜିଙ୍କ୍ୟ ରହାଣେ ୧୫ ରନ୍‌, ମାର୍କସ ଷ୍ଟୋଇନିସ୍ ୧୩ ରନ୍ ଓ ଆଲେକ୍ସ କେରି ଅପରାଜିତ ୧୪ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ କୃଣାଳ ପାଣ୍ଡ୍ୟା ୨ଟି ଉଇକେଟ ହାସଲ କରିଥିଲେ ।

Leave A Reply

Your email address will not be published.