Latest Odisha News

BREAKING NEWS

ପୂର୍ବତନ ମୁମ୍ବାଇ ପୋଲିସ କମିଶନରଙ୍କ ନାଁରେ ଜାମିନ ବିହୀନ ଓ୍ୱାରେଣ୍ଟ ପାଇଁ ପିଟିସନ୍

ମୁମ୍ବାଇ: ବଢ଼ିଳା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କ ଅଡୁଆ । ବେଆଇନ୍ ଚାନ୍ଦା ଆଦାୟ କେସରେ ତାଙ୍କ ବିରୋଧରେ ଜାମିନ ବିହୀନ ଓ୍ୱାରେଣ୍ଟ ଜାରି କରିବାକୁ ମୁମ୍ବାଇ ସେସନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ମୁମ୍ୱାଇ ପୋଲିସର କ୍ରାଇମବ୍ରାଞ୍ଚ । ଏନେଇ ଅନୁମତି ଦେବାକୁ ଆବେଦନ ହୋଇଛି । ଆସନ୍ତାକାଲି ମାମଲାର ଶୁଣାଣି ରହିଛି ।

ଏହି ମାମଲାରେ ହାଜର ହେବାକୁ ଗତ ଅକ୍ଟୋବର ୯ ତାରିଖରେ ପରମବୀର ସିଂହଙ୍କ ସମନ୍ କରିଥିଲା କ୍ରାଇମବ୍ରାଞ୍ଚ । ଏପରିକି ମାଲବାର ହିଲ୍ ସ୍ଥିତ ଘରକୁ ଯାଇଥିଲେ ବି ତାଙ୍କୁ ପାଇ ନଥିଲା ପୋଲିସ । ଗୋରେଗାଁଓ ପୋଲିସ ଷ୍ଟେସନରେ ପରମବୀର ସିଂହଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗ କରିଥିଲେ ଜଣେ ବିଲଡର ତଥା ହୋଟେଲ୍ ବ୍ୟବସାୟୀ ବିମଳ ଅଗ୍ରଓ୍ୱାଲ୍ ।

ସେ ଅଭିଯୋଗ କରିଥିଲେ, ତାଙ୍କର ଦୁଇଟି ବାରରେ ରେଡ୍ ନକରିବା ପାଇଁ ପରମବୀର ସିଂହ ତାଙ୍କଠାରୁ ୯ ଲକ୍ଷ ଟଙ୍କା ମାଗିଥିଲେ । ସେମାନଙ୍କ ପାଇଁ ୨ଲକ୍ଷ ୯୨ ହଜାର ଟଙ୍କାର ଦୁଇଟି ସ୍ମାର୍ଟଫୋନ୍ କିଣିବାକୁ ବି କହିଥିଲେ । ୨୦୨୦ ଜାନୁଆରୀରୁ ମାର୍ଚ୍ଚ ୨୦୨୧ ଭିତରେ ଏହି ଘଟଣା ଘଟିଥିବା ଅଭିଯୋଗ ଆଣିଥିଲେ ବିମଳ ଅଗ୍ରଓ୍ୱାଲ୍ ।

ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାମୀଙ୍କ ଘର ନିକଟରୁ ବିସ୍ଫୋରକ ବୋଝେଇ ଏସୟୁଭି ଜବତ ଘଟଣା ପରେ ବିବାଦୀୟ ହୋଇଥିଲେ ପରମବୀର ସିଂହ । ଏହି ଘଟଣାରେ ପୋଲିସ ଅଫିସର ସଚିନ ଓ୍ୱାଜେ ଗିରଫ ହେବା ପରେ ବିବାଦକୁ ଆସିଥିଲେ ପରମବୀର ସିଂହ ।

ସେ ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ନାଁରେ ଆଣିଥିଲେ ଶହେ କୋଟିର ଚାନ୍ଦା ଆଦାୟ ଅଭିଯୋଗ । ବର୍ତ୍ତମାନ ପରୀମବୀର ସିଂହଙ୍କ ନାଁରେ ମହାରାଷ୍ଟ୍ରରେ ୫ଟି ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.