Latest Odisha News

BREAKING NEWS

ମୁମ୍ୱାଇ ତାଜ ହୋଟେଲକୁ ଉଡ଼ାଇ ଦେବାକୁ ପାକିସ୍ତାନରୁ ଧମକପୂର୍ଣ୍ଣ ଫୋନ୍ କଲ୍

ମୁମ୍ୱାଇ: ତାଜ ହୋଟେଲକୁ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ପାକିସ୍ତାନରୁ ଆସିଲା ଧମକପୂର୍ଣ୍ଣ ଫୋନ୍ କଲ୍ । କୋଲାବାରେ ଥିବା ତାଜମହଲ ପ୍ୟାଲେସ୍ ଓ ବାନ୍ଦ୍ରା ସ୍ଥିତି ତାଜ ଲ୍ୟାଣ୍ଡସ୍ ଏଣ୍ଡ ହୋଟେଲକୁ ବିସ୍ଫୋରଣ କରି ଉଡ଼ାଇ ଦେବାକୁ କେହି ଅଜଣା ଦୁର୍ବୃତ୍ତ ଧମକ ଦେଇଛି । ଗତକାଲି ରାତିରେ ତାଜ ହୋଟେଲ୍ କର୍ତ୍ତୃପକ୍ଷଙ୍କ ପାଖକୁ ଆସିଥିଲା ଏଭଳି ଦୁଇ ଦୁଇଟି ଧମକପୂର୍ଣ୍ଣ ଫୋନ୍ କଲ୍ । ଫୋନ କରିଥିବା ବ୍ୟକ୍ତି ନିଜକୁ ପାକିସ୍ତାନର ଲସ୍କର-ଏ-ତୋଇବା ଆତଙ୍କବାଦୀ ବୋଲି ପରିଚୟ ଦେଇଥିଲା । ଏହାପରେ ହୋଟେଲ ପରିସରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି ।

ଗତକାଲି ରାତି ସାଢ଼େ ୧୨ଟାରେ ଆସିଥିଲା ପ୍ରଥମ ଫୋନ୍ କଲ୍ । ପାକିସ୍ତାନ ନମ୍ବରରୁ ତାଜ ମହଲ ପ୍ୟାଲେସକୁ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଲସ୍କର-ଏ-ତୋଇବା ସଦସ୍ୟ କହିବା ସହ ହୋଟେଲରୁ ବିମୋ ବିସ୍ଫୋରଣ କରି ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଥିଲେ । ୨୦୦୮ ନଭେମ୍ବର ମାସ ଭଳି ଆକ୍ରମଣ କରାଯିବ ।

ଦ୍ୱିତୀୟ ଫୋନ୍ କଲ୍ ସେହି ନମ୍ବରରୁ ବାନ୍ଦ୍ରା ସ୍ଥିତ ତାଜ ଲ୍ୟାଣ୍ଡସ୍ ଏଣ୍ଡ ହୋଟେଲ ଷ୍ଟାଫଙ୍କ ପାଖକୁ ଆସିଥିଲା । ସମାନ କଥା କହିଥିଲା ଦୁର୍ବୃତ୍ତ । ଧମକପୂର୍ଣ୍ଣ ଫୋନ୍ କଲର ଖୋଳକାଡ କରୁଛି ମହାରାଷ୍ଟ୍ର ସାଇବର ସେଲ୍ । ପୂରା ଘଟଣାର ତଦନ୍ତ ଜାରି ରହିଛି ।

କରାଚିରେ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କବାଦୀ ଆକ୍ରମଣ ଘଟଣା ଦିନ ଏଭଳି ଧମକପୂର୍ଣ୍ଣ ଫୋନ୍ କଲକୁ ନେଇ ସାରା ଦେଶରେ ହଇଚଇ ।

Leave A Reply

Your email address will not be published.