Latest Odisha News

BREAKING NEWS

ବାବ୍ରି ମସଜିଦ ଧ୍ୱଂସ ମାମଲା: ଆଜି ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ବାବ୍ରି ମସଜିଦ ବିବାଦ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆଜି ହାଜର ହେବେ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ । ତାଙ୍କ ବୟାନ ରେକର୍ଡ କରାଯିବ । ତେବେ କରୋନା ମହାମାରୀ ଯୋଗୁ ବ୍ୟକ୍ତିଗତ ଭାବରେ ସେ ହାଜର ହେବେନି । ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କ ବୟାନ ରେକର୍ଡ କରାଯିବ ।

ସ୍ୱତନ୍ତ୍ର ବିଚାରପତି ଏସ. କେ. ଯାଦବଙ୍କ କୋର୍ଟରେ ରେକର୍ଡ ହେବ ବୟାନ । ସିଆରପିସିର ଧାରା ୩୧୩ ଅନୁଯାୟୀ ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ କରାଯିବ । ଏହାପରେ ଆସନ୍ତାକାଲି(ଶୁକ୍ରବାର) ଭିଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ ପାଇଁ ଦିନ ଧାର୍ଯ୍ୟ ହୋଇଛି ।

ବାବ୍ରି ମସଜିଦର ବିବାଦୀୟ ଢାଞ୍ଚା ଭାଙ୍ଗିବାକୁ ନେଇ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ମାମଲା ରୁଜୁ ହୋଇଥିଲା । ସିବିଆଇ ତଦନ୍ତ ବେଳେ ସ୍ୱତନ୍ତ୍ର କୋର୍ଟରେ ୪୯ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ କରିଥିଲା ଚାର୍ଜସିଟ୍ । ସେମାନଙ୍କ ଭିତରୁ ୧୭ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି ।

Leave A Reply

Your email address will not be published.