Latest Odisha News

 ଅନ୍ଧବିଶ୍ୱାସରୁ ସାଜିଲେ ହତ୍ୟାକାରୀ; ବଡବାପାଙ୍କୁ ହତ୍ୟା କରି ଏବେ ଜେଲରେ ଯୁବକ

ନୂଆପଡା: ଅନ୍ଧବିଶ୍ୱାସ ଆଉ ସନ୍ଦେହର କୁପରିଣତିର ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ ।  ଗୁଣିଗାରେଡିକୁ ନେଇ ବଡବାପାଙ୍କୁ ସନ୍ଦେହ କଲା । ସନ୍ଦେହ ରାକ୍ଷସ ତାଙ୍କୁ ଏମିତି କବଳିତ କରିଦେଲା ଯେ ସେ ଭୁଲିଗଲେ ରକ୍ତ ସମ୍ପର୍କକୁ, ଭୁଲିଗଲେ ମଣିଷ ପଣିଆକୁ । ଭୁଲିଗଲେ ଏହାର ପରିଣତିକୁ । ଶେଷରେ ବଡ଼ ବାପାଙ୍କୁ ହତ୍ୟା କଲେ । ଆଉ ଏବେ ସବୁ ସତ ସାମ୍ନାକୁ ଆସିବା ପରେ ବାନ୍ଧି ନେଇଛି ପୋଲିସ ।

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅଞ୍ଚଳର  ଖଗପତି ମାଝୀଙ୍କ ବାପା କୌଣସି ରୋଗରେ ପୀଡିତ ଥିଲେ । ପରିବାର ଲାେକେ ଯଥାସାଧ୍ୟ ଚିକିତ୍ସା କରାଇଥିଲେ । ହେଲେ ଭଲ ହୋଇ ନ ଥିଲୋ ।   ଖଗପତି ସନ୍ଦେହ କହୁଥିଲେ ଯେ ତାଙ୍କର ବଡବାପା ଲକ୍ଷ୍ମୀଧର କିଛି ଗୁଣି ଗାରେଡି କରିଛନ୍ତି ଯଦ୍ୱାରା ତାଙ୍କର  ବାପା ଭଲ ହେଉ ନାହାନ୍ତି ।

ଏହି ସନ୍ଦେହ ତାଙ୍କର ଦିନକୁ ଦିନ ବଢିବାକୁ ଲାଗିଲା । ଶେଷରେ ଗତ ସୋମବାର ସକାଳେ ଏହି କଥାକୁ ନେଇ ଖଗପତି  ବଡବାପା ଲକ୍ଷ୍ମୀଧରଙ୍କ ଘରକୁ ଯାଇ ପାଟିତୁଣ୍ଡ କରିଥିଲେ । ପାଟିତୁଣ୍ଡ ବେଶି ହେବାରୁ ଲକ୍ଷ୍ମୀଧର ଘରୁ ବାହାରକୁ ଚାଲି ଆସୁଥିଲେ । ଏହି ସମୟରେ ପଛପଟୁ ଅତର୍କିତ ଭାବରେ ଖଗପତି  ଠେଙ୍ଗାରେ ତାଙ୍କୁ ମୁଣ୍ଡକୁ ପିଟିଥିଲେ ।  ଫଳରେ ଲକ୍ଷ୍ମୀଧରଙ୍କର ମୃତ୍ୟୁ ଘଟିଥିଲା ।

ପୋଲିସ ଖବର ପାଇ ମୃତ ଶରୀରକୁ ଜବତ କରି ତଦନ୍ତ ଜାରି ରଖିଥିଲା ।  ଅଭିଯୁକ୍ତ ଖଗପତି ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଏସଡିପିଓ ଅରୁପ ଅଭିଷେକ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.