Latest Odisha News

BREAKING NEWS

୧୧ ଦିନ ହତ୍ୟା ପରେ ଖୋଲିଲା ହତ୍ୟା ରହସ୍ୟ, ସାନ ପୁଅକୁ ମାରି ଘରେ ପୋତିଥିଲେ ମାଆ ଓ ବଡପୁଅ

ବାଲେଶ୍ୱର: ୧୧ ଦିନ ତଳେ ହୋଇଥିଲା ବିଭତ୍ସ ହତ୍ୟା । ଆଉ ହତ୍ୟାର ପର୍ଦ୍ଦାଫାଶ ହେଲା ଆଜି । ତେବେ ଏଥିରେ ହତ୍ୟାକାରୀ ଉଭୟ ମାଆ ଓ ବଡ ପୁଅକୁ ଗିରଫ କରିଛି ପୋଲିସ । ଏ ଘଟଣା ଘଟିଛି ସୋର ଥାନା ବାହାନଗା ଜାତୀୟ ରାଜପଥ ଇଚ୍ଛାପୁରରେ ।

ସୂଚନା ଅନୁଯାୟୀ, ଗାଁର ୨୨ ବର୍ଷୀୟ ବଳରାମ ଜେନା ମଦ ପିଇ ଘରେ ବଡଭାଇ ଜଗବନ୍ଧୁ ସହ ଝଗଡା କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମା ଶୁକୁରୀ ଓ ଜଗବନ୍ଧୁ ଶାବଳରେ ବଳରାମକୁ ଆକ୍ରମଣ କରିଥିଲେ । ଆଉ ବଳରାମର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ସେପଟେ ମୃତ୍ୟୁ ବିଷୟରେ ଗାଁ ଲୋକ ଓ ସମ୍ପର୍କୀୟଙ୍କୁ ନ ଜଣାଇ ମୃତଦେହକୁ ଶୋଇବା ଘରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ ମା ଓ ଭାଇ। ତେବେ ଆଜି ପିଣ୍ଡଦାନ କରି ଘରକୁ ଫେରିବା ପରେ ଆଜି ଘଟଣା ସ୍ପଷ୍ଟ ହୋଇଥିଲା । ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଏବଂ ବଡ଼ପୁଅକୁ ଗିରଫ କରିଛି ।

Leave A Reply

Your email address will not be published.