Latest Odisha News

BREAKING NEWS

ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣଙ୍କ ପରଲୋକ

ନୂଆଦିଲ୍ଲୀ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା ରଚୟିତା ରାମ ଲକ୍ଷ୍ମଣଙ୍କ ଦେହାନ୍ତ ହୋଇଛି। ନାଗପୁରରେ ଥିବା ତାଙ୍କ ବାସଭବନରେ ହୃଦଘାତ ହେତୁ ଶନିବାର ସକାଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବୟସ ହୋଇଥିଲା। ମୃତ୍ୟୁ ଖବର ନେଇ ତାଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସେ କିଛି ଦିନ ପୂର୍ବରୁ ଦ୍ବିତୀୟ ଡୋଜ୍‌ କରୋନା ଟିକା ନେଇଥିଲେ, ଏହାପରେ ସେ ବହୁତ ଦୁର୍ବଳ ଏବଂ ଥକ୍କା ଅନୁଭବ କରୁଥିଲେ ଏବଂ ଏଥିପାଇଁ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ମଧ୍ୟ ହେଉଥିଲେ।

ରାମ ଲକ୍ଷ୍ମଣ ମେନେ ପ୍ୟାର୍ କିୟା, ହମ୍ ଆପକେ ହୈ କୌନ୍‌, ହମ୍ ସାଥ୍ ସାଥ୍ ହୈ ଭଳି ହିଟ୍ ଚଳଚ୍ଚିତ୍ରର ସଂଗୀତ ରଚନା ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ।

Comments are closed.