Latest Odisha News

BREAKING NEWS

ଗରବା କାର୍ଯ୍ୟକ୍ରମରେ ଦୁଇ ମୁସଲମାନ ଯୁବକଙ୍କୁ ମାଡ଼, ଭିଡିଓ ଭାଇରାଲ

ଅହମଦାବାଦ: ନବରାତ୍ରି ଅବସରରେ ଗୁଜୁରାଟର ଅହମଦାବାଦସ୍ଥିତ ଏକ ଅଞ୍ଚଳରେ ଆୟୋଜିତ ଗରବା କାର୍ଯ୍ୟକ୍ରମରେ ଉତ୍ତେଜନା। ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସଙ୍ଗଠନର କିଛି ବ୍ୟକ୍ତି ମିଶି ଦୁଇ ମୁସଲମାନ ଯୁବକଙ୍କୁ ମରପିଟ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ମାମଲାରେ ବଜରଙ୍ଗ ଦଳ ପକ୍ଷରୁ ଦାବି କରାଯାଇଛି ଯେ ଉକ୍ତ ଦୁଇ ମୁସଲମାନ ଗରବା ସମାରୋହରେ ଧାର୍ମିକ ଭାବନାର ସହ ସାମିଲ ହୋଇନଥିଲେ ବରଂ ମହିଳାଙ୍କୁ ହଇରାଣ କରିବାକୁ ଆସିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବଜରଙ୍ଗ ଦଳର କିଛି କାର୍ଯ୍ୟକର୍ତ୍ତା ଏହା ମଧ୍ୟ କହିଛନ୍ତି ଯେ ଗରବା ସମାରୋହରେ ‘ଲଭ୍ ଜିହାଦ୍’ କରିବା ଉଦ୍ଦେଶ୍ୟରେ ମୁସଲମାନ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଲୋକ ମୁସଲମାନ ଯୁବକମାନଙ୍କୁ ମାଡ଼ ମାରୁଛନ୍ତି। ସେମାନଙ୍କୁ ପିଟିବା ବେଳେ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ପଚରାଯାଉଛି। ଏପରିକି ଏଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ପୋଲିସ ଅଧିକାରୀ ମହିଳା ପୋଲିସକୁ ଏଠାରେ ନିୟୋଜିତ କରିଛନ୍ତି। ରାଜ୍ୟ ସରକାର ଏଠାରେ ରାତି 12 ଟା ପର୍ଯ୍ୟନ୍ତ ଗରବା ଖେଳିବାକୁ ଅନୁମତି ଦେଇଛନ୍ତି। ସେପଟେ ଏହି ଘଟଣାଟି ସୋସିଆଲ ମିଡିଆରେ ଦ୍ରୃତଗତିରେ ଭାଇରାଲ ହେଉଛି। ଏନେଇ ବିଭିନ୍ନ ଲୋକେ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠାଉଛନ୍ତି। କିଏ କହୁଛନ୍ତି ଏପରି ଧାର୍ମିକ ଅନୁଷ୍ଠାନରେ ମୁସଲମାନ ବ୍ୟକ୍ତି ଯିବା ଉଚିତ୍ ନୁହେଁ, ତ ଆଉ କେହି କହୁଛନ୍ତି ସମସ୍ତେ ସମସ୍ତଙ୍କ ପର୍ବପର୍ବାଣୀକୁ ଆନନ୍ଦର ସହ ମନେଇବା ଭୁଲ ନୁହେଁ।

Leave A Reply

Your email address will not be published.