ନୂଆଦିଲ୍ଲୀ: ମୁଥୁଟ୍ ଫିନକର୍ପ ବିସିସିଆଇର ନୂଆ ଟାଇଟଲ୍ ସ୍ପନ୍ସର ହୋଇଛି । ଆସନ୍ତା ୩୧ ମାର୍ଚ୍ଚ ୨୦୨୮ ପର୍ୟ୍ୟନ୍ତ ଭାରତରେ ହେବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ଏବଂ ଘରୋଇ ମ୍ୟାଚ୍ ପାଇଁ କମ୍ପାନୀକୁ ଟାଇଟଲ୍ ସ୍ପନ୍ସରସିପ୍ ଅଧିକାର ମିଳିଛି । ଏହି ଚୁକ୍ତି ଆସନ୍ତା ୨ଟି ଘରୋଇ ସିଜନ୍ (ମାର୍ଚ୍ଚ ୨୦୨୮) ପର୍ୟ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଭାରତରେ ପ୍ରାୟ ୩୫ଟି ଅନ୍ତର୍ଜାତୀୟ ମ୍ୟାଚ୍ (୧୦ ଟି ଟେଷ୍ଟ, ୧୨ ଟି ଓଡ଼ିଆଇ ଏବଂ ୧୩ ଟି ଟି୨୦) ଖେଳାଯିବ । ଏହି ସ୍ପୋନ୍ସରସିପ୍କୁ ବ୍ଲୁ ମୁଥୁଟ ନାମରେ ପ୍ରଦର୍ଶିତ କରାଯିବ । ପ୍ରତି ମ୍ୟାଚ୍ ପାଇଁ ୪.୮୫ କୋଟି ଟଙ୍କାର ବେସ୍ ପ୍ରାଇସ୍ରେ କଥାବାର୍ତ୍ତା ହୋଇଥିବା ରିପୋର୍ଟ ହୋଇଛି ।
ସେପ୍ଟେମ୍ବର ୨୭ ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ରୁ ଏହି ନୂଆ ସ୍ପନ୍ସରସିପ୍ ଦୃଶ୍ୟମାନ ହେବ । ସଂଯୋଗବଶତଃ, ସିରିଜ୍ର ପ୍ରଥମ ମ୍ୟାଚ୍ ମୁଥୁଟ୍ର ଗୃହ ରାଜ୍ୟ କେରଳର ତିରୁବନନ୍ତପୁରମ୍ଠାରେ ଖେଳାଯିବ । ୧୩ ଅଗଷ୍ଟରେ କୌଣସି କମ୍ପାନୀ ନିଲାମୀ ପ୍ରକ୍ରିୟାରେ ଭାଗ ନନେବାରୁ ବିସିସିଆଇ ସିଧାସଳଖ କମ୍ପାନୀଗୁଡ଼ିକ ସହ କଥାବାର୍ତ୍ତା କରି ଏହି ଡିଲ୍ ଚୂଡ଼ାନ୍ତ କରିଛି । ସେପ୍ଟେମ୍ବର ୨୦୨୩ ରୁ ଅଗଷ୍ଟ ୨୦୨୬ ପର୍ୟ୍ୟନ୍ତ ଟାଇଟଲ୍ ସ୍ପନ୍ସର ଥିଲା, ଯାହା ପ୍ରତି ମ୍ୟାଚ୍ ପାଇଁ ୪.୨ କୋଟି ଟଙ୍କା ଦେଉଥିଲା ।

