Latest Odisha News

BREAKING NEWS

ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର

କେନ୍ଦ୍ରାପଡ଼ା: ରାସ୍ତାକଡରୁ ମହିଳାଙ୍କ ମୃତଦେହ ଉଦ୍ଧାର । ତାଙ୍କ ମୃତଦେହ ପାଖରେ ପଡ଼ିଥିଲା ଗୁରୁତର ଶିଶୁପୁତ୍ର । ତାକୁ ଉଦ୍ଧାର କରି ଲୋକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ୱୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ରାସ୍ତାରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ପରିଚୟ ମିଳି ପାରି ନାହିଁ ।

ଶିଶୁଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମହାକାଳପଡ଼ା ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ଦେହରେ କ୍ଷତ ଚିହ୍ନ ରହିଛି । କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ଖୋଳତାଡ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.