Latest Odisha News

BREAKING NEWS

ପୁଣି ବଢ଼ିଲା ସଂକ୍ରମଣ: ରାଜ୍ୟରୁ ଆଜି ୩୫୫୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କାଲି କମିଥିଲା । ଆଜି ପୁଣି ବଢ଼ିଲା କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ଅଧିକ ଟେଷ୍ଟ ହୋଇଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ହଜାର ୫୫୪ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୨ହଜାର ୯୧୨ । ଗତକାଲି ୬୪ହଜାର ୨୫୫ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ଆଜି ୬୮ହଜାର ୬୯୫ ନମୁନା ପରୀକ୍ଷା ହୋଇଛି ।

ଆଜି କ୍ୱାରେଣ୍ଟାଇନରୁ ୨ହଜାର ୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୨୬ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୫୦୧, ବାଲେଶ୍ୱରରୁ ୨୭୧, ଯାଜପୁରରୁ ୨୫୬, ପୁରୀରୁ ୨୩୩, ମୟୂରଭଞ୍ଜରୁ ୧୯୬, ଭଦ୍ରକରୁ ୧୫୮ ପଜିଟିଭ୍ ବାହାରିଛନ୍ତି । ସେହିପରି ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୧୯, ଅନୁଗୋଳରୁ ୧୩୩ ଓ ନୟାଗଡ଼ରୁ ଚିହ୍ନଟ ହୋଇଛନ୍ତି ଆଉ ଶହେ ଆକ୍ରାନ୍ତ ।

୧୯ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଦେବଗଡ଼ରୁ ସବୁଠୁ କମ୍ ୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ପଜିଟିଭ୍ ହାର ରହିଛି ୫.୧୭ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୮ଲକ୍ଷ ୯୭ହଜାର ୬୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୮ଲକ୍ଷ ୬୦ହଜାର ୧୪୨ ଆକ୍ରାନ୍ତ । ଏବେ ରାଜ୍ୟରେ ୩୩ହଜାର ୧୯ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.