ମାଲକାନଗିରି: ସ୍ପଷ୍ଟ ଦିବାଲୋକରେ ବାଲି ଚୋରା ଚାଲାଣ କରୁଛନ୍ତି ମାଫିଆ। ସେ ପୁଣି ହାଇଟେକ୍ ତରିକା ଅଭିନବ ଉପାୟରେ। ବିନା କୌଣସି ଭୟରେ ନଦୀ ଘାଟରୁ ବେଆଇନ ଭାବେ ବାଲି ଉଠାଉଛନ୍ତି ବାଲି ମାଫିଆ। ମାଲକାନଗିରି ଜିଲ୍ଲା ଏମଭି -୭୯ ଥାନା ଅନ୍ତର୍ଗତ କୁଟୁମପଲ୍ଲୀ ନଦୀର ବିଭିନ୍ନ ଘାଟରେ ଏମିତି ଅତ୍ୟାଧୁନିକ ମୋଟର ଲଗାଇ ଟ୍ରାକ୍ଟରରେ ବାଲି ବୋଝେଇ କରୁଛନ୍ତି ମାଫିଆ।
ଦୀର୍ଘଦିନ ଧରି ବେଧଡ଼କ ଭାବେ ଏପରି ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ଚାଲି ଥିବାବେଳେ ଖବର ପାଇ ବାଲି ଘାଟ ଉପରେ ଚଢ଼ାଉ କରିଛି ଏମଭି ୭୯ ପୋଲିସ। ବିଭିନ୍ନ ଘାଟରେ ଅତର୍କିତ ଚଢ଼ାଉ କରି ୪ ଟ୍ରାକ୍ଟର ସମେତ ବାଲି ଉଠାଣ କରୁ ଥିବା ମୋଟର ଓ ସରଂଜାମ ସବୁ ଜବତ କରିଛି ଏମଭି -୭୯ ପୋଲିସ । ଏ ନେଇ MV ୭୯ ପୋଲିସ ଏକ ମାମଲା ରୁଜୁ ତଦନ୍ତ ଜାରି ରଖିଛି ।
Comments are closed.