Latest Odisha News

BREAKING NEWS

କନଷ୍ଟେବଲ୍ ଆଶୁତୋଷଙ୍କ ମୃତ୍ୟୁ: ସିବିଆଇ ତଦନ୍ତ ପାଇଁ ଦାବି, ସ୍ତ୍ରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ବ୍ରହ୍ମପୁର: ଶେଷରେ ଆଖିବୁଜିଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ। ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଆଶୁତୋଷ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା। ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଥିବାରୁ ଭେଣ୍ଟିଲେଟର ରେ ରଖିଥିଲେ ଡାକ୍ତର । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ସ୍ତ୍ରୀ ଓ ଶାଳକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସେ ଅଭିଯୋଗ କରିଥିଲେ ।

ପୁଅର ମୃତ୍ୟୁ ପରେ ଭାଙ୍ଗିପଡ଼ିଛି ମାଆ। ଫେରିଆରେ ପୁଅ କହି ଛାତି ଫଟାଇ କାନ୍ଦୁଛି ମା’। ଆଶୁତୋଷଙ୍କ ମୃତ୍ୟୁ ପରେ ବର୍ଷିଲେ ପରିବାର ଲୋକେ। ବ୍ରହ୍ମପୁର ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କଲା ପରିବାର। ପତ୍ନୀ ସନ୍ଧ୍ୟା ଓ ଶାଳକଙ୍କ ବିରୋଧରେ ଆକ୍ସନ ନହେବାରୁ ଅସନ୍ତୋଷ ଝାଡିଲେ। ଘଟଣାରେ ସିବିଆଇ ତଦନ୍ତ ଦାବି କଲେ ପରିବାର ଲୋକେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ଦେଖିବାକୁ ଆସିନଥିବା ମଧ୍ୟ ଅଭିଯୋଗ ହୋଇଛି। ଆଶୁତୋଷଙ୍କ ଭଉଣୀ ଅଭିଯୋଗ କରିଛନ୍ତି ଯେ, ମୋ ଭାଇକୁ ସନ୍ଧ୍ୟା ଓ ତାର ଭାଇ ପେଟ୍ରୋଲ ପକାଇ ମାରିଛନ୍ତି ବୋଲି ମୋ ଭାଇ କହିଛି। କାହିଁକି ଏପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଉ ନାହିଁ। ବ୍ରହ୍ମପୁର ଏସପି ସେମାନଙ୍କୁ ସପୋର୍ଟ କରୁଛନ୍ତି।

ଅନ୍ୟପଟେ କନଷ୍ଟେବଲ୍ ଆଶୁତୋଷ ମୃଦଙ୍ଗିଆଙ୍କ ମୃତ୍ୟୁ ଘଟଣାରେ SP ପ୍ରତିକ୍ରିୟା ଦେଇଛନ୍ତି। ଅଧିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରାଯିବ କହିଲେ ବ୍ରହ୍ମପୁର ଏସ୍‌ପି। ଘଟଣାସ୍ଥଳରୁ ସାଇଣ୍ଟିଫିକ୍‌ ପ୍ରମାଣ ଏବଂ ଲୋକଙ୍କ ବୟାନ ସଂଗ୍ରହ କରାଯାଇଛି। ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି। ସତ ଜାଣିବାକୁ ହେଲେ ପତ୍ନୀ ସନ୍ଧ୍ୟା ଓ ଶାଳକଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ।

୫ ତାରିଖ ସନ୍ଧ୍ୟାରେ ବିଜିପୁର ପୋଲିସ କଲୋନୀରେ ଥିବା ସନ୍ଧ୍ୟାଙ୍କ କ୍ୱାର୍ଟରକୁ ଯାଇଥିଲେ ଆଶୁତୋଷ। କ୍ୱାର୍ଟରରେ ଆଶୁତୋଷଙ୍କ ପତ୍ନୀ ସନ୍ଧ୍ୟା ଓ ତାଙ୍କ ଭାଇ ରହିଥିଲେ। ହଠାତ ଉଭୟେ ସନ୍ଧ୍ୟା ଓ ତାଙ୍କ ଭାଇ ଆଶୁତୋଷଙ୍କ ଉପରେ ପେଟ୍ରୋଲ ଢ଼ାଳିଥିଲେ। ନିଜକୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ତାଙ୍କୁ ଦିଆସିଲିରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ପରେ ସନ୍ଧ୍ୟାଙ୍କ କ୍ୱାର୍ଟରରୁ ବାହାରି ଅନ୍ୟ ଏକ ଘରେ ପ୍ରବେଶ କରିଥିଲେ। ସେଠାକାର ଲୋକେ ଶରୀରର ପାଣି ଢାଳିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ MKCG ମେଡିକାଲ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.