Latest Odisha News

BREAKING NEWS

ଏମିତି ନଦୀ ଯେଉଁଠି ୨୪ ଘଣ୍ଟା ପ୍ରବାହିତ ହୁଏ ଗରମ ପାଣି

ଓଡ଼ିଶା ସମ୍ବାଦ ବ୍ୟୁରୋ; ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । ତେବେ  ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ବନ୍ୟା ହେବା ଭଳି ପାଣି ରହିଛି । ହେଲେ ଆଜି ଆମେ ଆପଣଙ୍କୁ ବିଶ୍ୱର ଏକ ଏଭଳି ନଦୀ ବାବଦରେ କହିବାକୁ ଯାଉଛି ଯାହାର ପାଣି ସବୁବେଳେ ଉତପ୍ତ । ଯଦି ଭୁଲରେ ବି ଏହି ନଦୀ ପାଣିରେ ଆପଣ ପଡ଼ି ଯାଆନ୍ତି ତେବେ ଆପଣଙ୍କ ଜୀବନ ଚାଲିଯିବ ।

୨୦୧୧ ମମିହା ଆବିଷ୍କୃତ ହୋଇଥିବା ଏହି ଉତ୍ତପ୍ତ ନଦୀ ପେରୁରେ ପ୍ରବାହିତ ହେଉଛି । ଭୂ-ବିଜ୍ଞାନୀ ଆଣ୍ଡ୍ରେ ରୁଜୋ ଏହି ରହସ୍ୟମୟ ନଦୀର ଅନୁସନ୍ଧାନ କରିଥିଲେ । ଏହି ଉତପ୍ତ ନଦୀର ନାମ ମୟନ୍ତୁୟାକୁ ରଖାଯାଇଛି ।  ମଣିଷ ହୁଅନ୍ତୁ ଅବା ପଶୁପକ୍ଷୀ ଯଦି କେହି ବି ଭୁଲରେ ଏହି ନଦୀରେ ପାଣିକୁ ଯିବାପାଇଁ ଚେଷ୍ଟା କରନ୍ତି ସେମାନଙ୍କ ମୃତ୍ୟୁ ନିଶ୍ଚିନ୍ତ । ମୟନ୍ତୁୟାକୁ ନଦୀର ଆବିଷ୍କାରର କାହାଣୀ ଅତ୍ୟନ୍ତ ରୋଚକ। ପିଲାଦିନରୁ ରୁଜୋ ଏପରି କଳ୍ପିତ ନଦୀଗୁଡ଼ିକର କାହାଣୀ ଶୁଣିଥିଲେ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। କିନ୍ତୁ ସେତେବେଳେ ସେ କେବେ ବି ଅନୁଭବ କରି ନଥିଲେ ଯେ, ଏପରି ନଦୀ ପ୍ରକୃତରେ ଅଛି ।

ଦିନେ ରୁଜୋ ଆମାଜନର ଜଙ୍ଗଲରେ ପହଞ୍ଚିଲେ । ଯେଉଁଠାରେ ସେ ତାଙ୍କର କାଳ୍ପନୀକ କାହାଣୀ ସତ୍ୟତାରେ ପରିଣତ ହୋଇଥିଲା । ଶେଷରେ ସେ ଏକ ନଦୀ ଖୋଜିବାରେ ସଫଳ ହେଲେ ଯାହାର ଜଳ ରହସ୍ୟମୟ ଭାବରେ ଫୁଟୁଥିଲା । ଏହି ନଦୀ ପ୍ରାୟ ୭ କିଲୋମିଟର ଲମ୍ବ । ଗୋଟିଏ ଗୋଟିଏ ସ୍ଥାନରେ ମୟନ୍ତୁୟାକୁ ନଦୀ ୮୦ ଫୁଟ ଚଉଡା ହୋଇଯାଏ, ତା’ପରେ ଗୋଟିଏ ସ୍ଥାନରେ ଏହାର ଗଭୀରତା ୧୬ ଫୁଟ ପର୍ଯ୍ୟନ୍ତ ଥାଏ । ରୁଜୋଙ୍କ ଅନୁଯାୟୀ ଏହାର ଜଳ ଏତେ ଗରମ ଯେ, ଆପଣ ଏଥିରୁ ଚା ମଧ୍ୟ ତିଆରି କରିପାରିବେ। ଉତ୍ତପ୍ତ ମୟନ୍ତୁୟାକୁ ନଦୀ ପାଣିର ରହସ୍ୟର ସମାଧାନ ପାଇଁ ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି । ଏହି ନଦୀର ଜଳ ସବୁବେଳେ ଫୁଟୁଛି । ଏହା ଏକ ସ୍ୱାଭାବିକ ଗରମ ନଦୀ, ତେଣୁ ବୈଜ୍ଞାନିକମାନେ ଏହାକୁ ବିଶ୍ୱର ବୃହତ୍ତମ ତାପଜ ନଦୀ ବୋଲି ବିବେଚନା କରନ୍ତି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ନଦୀ ଚାରିପାଖରେ ଆଗ୍ନେୟଗିରି ନାହିଁ । ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମାଜନର ଜଙ୍ଗଲ ମଧ୍ୟରେ ଲୁଣି ନଦୀ ଏବଂ ହଟ୍ ନଦୀ ନାମକ ଦୁଇଟି ନଦୀ ଏହି ମୟନ୍ତୁୟାକୁ ନଦୀରେ ମିଶ୍ରଣ ହୁଏ । ଏହି ନଦୀର ଜଳର ତାପମାତ୍ରା ୯୦ ଡିଗ୍ରୀ ସେଣ୍ଟିଗ୍ରେଡରୁ ଅଧିକ । ରୁଜୋ ‘ଆଡଭେନ୍ଚର ଆଣ୍ଡ ଡିସକଭରି ଇନ୍ ଦ ଆମାଜନ୍’ ନାମକ ଏକ ପୁସ୍ତକରେ ଏହି ନଦୀର ରହସ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.